Masthead

ଆପକୁ ବଡ଼ ଝଟକା, ଛତିଶଗଡ଼ ରାଜ୍ୟ ସଭାପତିଙ୍କ ଇସ୍ତଫା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଛନ୍ତି ସମସ୍ତ ରାଜନୈତିକ ଦଳ । ହେଲେ ଏହାରି ମଧ୍ୟରେ ଆସିଛି ଏକ ବଡ଼ ଖବର । ଆପକୁ ଲାଗିଛି ଝଟକା । ଦଳକୁ ବାଏ ବାଏ କରିଛନ୍ତି ଜଣେ ବଡ଼ ନେତା । ଗତମାସରେ ଗୁଜୁରାଟର ଜଣେ ବିଧାୟକ ଦଳ ଛାଡିଥିଲେ । ଆଉ ଏବେ ଛତିଶଗଡ଼ରେ ଲାଗିଛି ଏକ ବଡ଼ ଝଟକା । ଛତିଶଗଡ଼ ରାଜ୍ୟ ସଭାପତି କୋମଲ ହୁପେଣ୍ଡି ଦଳରୁ ଇସ୍ତଫା ଦେଇଛନ୍ତି । ୬ ଜଣ ପର୍ୟ୍ୟବେକ୍ଷକଙ୍କ ସହିତ କୋମଲ ଦଳ ଛାଡ଼ିଛନ୍ତି ।

ଗତ ଡିସେମ୍ବର ମାସ ୧୩ ତାରିଖରେ ଗୁଜରାଟ ବିଧାନସଭାର ଆପ ବିଧାୟକ ଭୂପତ ଭାୟାଣୀ ନିଜ ପଦରୁ ଇସ୍ତଫା ଦେଇଥିଲେ । ଦଳର ଶୀର୍ଷ ନେତୃତ୍ୱ ଉପରେ ଅସନ୍ତୋଷ ଜାହିର କରି ଏହି ନେତାମାନେ ଇସ୍ତଫା ଦେଇଥିବା କୁହାଯାଉଛି । ‘ଇଣ୍ଡିଆ’ ମହାମେଣ୍ଟ ସହିତ ବୁଝାମଣା କାରଣରୁ ଗତ ନଭେମ୍ବର-ଡିସେମ୍ବର ମାସରେ ସମାପ୍ତ ହୋଇଥିବା ରାଜ୍ୟ ବିଧାନସଭା ନିର୍ବାଚନରେ ଦଳକୁ ବହୁତ କ୍ଷତି ସହିବାକୁ ପଡ଼ିଥିଲା । ଆପରେ ସାମିଲ ହୋଇ କିଛି ନେତା ସମାଜ ପାଇଁ କିଛି କରିବାକୁ ଚାହୁଁଥିଲେ । ଛତିଶଗଡ଼ରେ ଆପ ଦୁର୍ବଳ ସ୍ଥିତିରେ ଥିଲା । ମାତ୍ର ନେତାମାନେ କଠିନ ପରିଶ୍ରମ କରି ସଂଗଠନକୁ ମଜବୁତ କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ