Before Header

ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ ଆପ୍ ବିଧାୟକ ଦୋଷୀ ସାବ୍ୟସ୍ତ

0 15

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀର ମଡେଲ ଟାଉନର ଆପ୍ ବିଧାୟକ ଅଖିଳେଶ ପତି ତ୍ରୀପାଠି ହୋଇଛନ୍ତି ଦୋଷୀ ସାବସ୍ତ୍ୟ । ୨୦୨୦ରେ ଜଣେ ଛାତ୍ରଙ୍କୁ ମାରଧର କରିବା ଘଟଣାରେ ଦୋଷୀ ସାବ୍ୟସ୍ତ କରିଛନ୍ତି କୋର୍ଟ । ଆସନ୍ତା ଏପ୍ରିଲ ୧୩ରେ ବିଧାୟକଙ୍କ ବିରୋଧରେ ଦଣ୍ଡାଦେଶ କରିବେ କୋର୍ଟ । ଆଇପିସି ଧାରା ୩୨୩ ଅନୁସାରେ ବିଧାୟକଙ୍କୁ ଦୋଷୀ ସାବ୍ୟସ୍ଥ କରିଛନ୍ତି କୋର୍ଟ ।

ସୂଚନା ଅନୁସାରେ ୨୦୨୦ ଫେବ୍ରୁଆରୀ ୭ରେ ଅଭିଯୋଗକାରୀ ସଞ୍ଜୀବ କୁମାରଙ୍କୁ ରାତିରେ ରାସ୍ତାରେ ଅଟକାଇ ନିର୍ଧୁମ ପିଟିଥିଲେ ବୋଲି ଅଭିଯୋଗ ହୋଇଥିଲା । ତାପରଦିନ ଦିଲ୍ଲୀରେ ବିଧାନସଭା ନିର୍ବାଚନ ହୋଇଥିଲା । ସଞ୍ଜୀବଙ୍କ ବାପା ନିର୍ଦ୍ଦିଷ୍ଟ ଦଳକୁ ସମର୍ଥନ କରୁଥିବାରୁ ତାଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ଶୁଣାଣି କରି କୋର୍ଟ ରାୟ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.