Masthead

ରାଜ୍ୟସଭାରୁ ନିଲମ୍ବିତ ହେଲେ ରାଘବ ଚଡ୍ଡା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ରାଘବ ଚଡ୍ଡାଙ୍କୁ ନକଲି ଦସ୍ତଖତ ମାମଲାରେ ରାଜ୍ୟ ସଭାରୁ ନିଲମ୍ବିତ କରାଯାଇଛି। ରାଜ୍ୟ ସଭାରେ ଆପ ନେତା ରାଘବ ଚଡ୍ଡାଙ୍କ ବିରୋଧରେ ଏକ ପ୍ରସ୍ତାବ ଆଗତ କରାଯାଇଛି। ଗୃହରେ ତାଙ୍କର ଆଚରଣକୁ ଏକ ନିନ୍ଦନୀୟ ଆଚରଣ ବୋଲି ବର୍ଣ୍ଣନା କରାଯାଇଛି। ୫ଜଣ ସାଂସଦ ଦାବି କରିଥିଲେ କି ଦିଲ୍ଲୀ ସେବା ବିଲ୍ ନେଇ ସେମାନଙ୍କ ବିନା ଅନୁମତିରେ ସିଲେକ୍ଟ କମିଟିକୁ ଯେଉଁ ପ୍ରସ୍ତାବ ପଠାଯାଇଥିଲା ସେଥିରେ ସେମାନଙ୍କ ନାମ ଉଲ୍ଲେଖ କରାଯାଇଥିଲା ।

ଏହି ପ୍ରସ୍ତାବ ରାଘବ ଚଡ୍ଡା ଉପସ୍ଥାପନ କରିଥିଲେ । ରାଘବ ଚଢା ଯେଉଁ ୫ଜଣଙ୍କ ନାମ ଉକ୍ତ ପ୍ରସ୍ତାବରେ ଉଲ୍ଲେଖ କରିଥିଲେ ସେମାନଙ୍କ ମଧ୍ୟରୁ ୩ଜଣ ବିଜେପି ସାଂସଦ ସାମିଲ ଅଛନ୍ତି । ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା ଯାଂଚ ପାଇଁ ଦାବି କରିଥିଲେ । ରାଜ୍ୟ ସଭାରେ ବିଜେପି ଏମ୍‌ପି ପୀୟୁଷ ଗୋୟଲ ରାଘବ ଚଡ୍ଡାଙ୍କ ମାମଲାଙ୍କୁ ନେଇ କହିଛନ୍ତି, ଏହା ଏକ ଅତ୍ୟନ୍ତ ଗମ୍ଭୀର ବିଷୟ । ସଦସ୍ୟଙ୍କ ବିନା ଅନୁମତିରେ ତାଙ୍କ ନାମକୁ କିପରି ତାଲିକାରେ ରଖାଯାଇଛି । ଏହା ବହୁତ ଖରାପ କଥା ଅଟେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି