ରାଜ୍ୟସଭାରୁ ନିଲମ୍ବିତ ହେଲେ ରାଘବ ଚଡ୍ଡା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ଆମ ଆଦମୀ ପାର୍ଟିର ରାଜ୍ୟ ସଭା ଏମ୍‌ପି ରାଘବ ଚଡ୍ଡାଙ୍କୁ ନକଲି ଦସ୍ତଖତ ମାମଲାରେ ରାଜ୍ୟ ସଭାରୁ ନିଲମ୍ବିତ କରାଯାଇଛି। ରାଜ୍ୟ ସଭାରେ ଆପ ନେତା ରାଘବ ଚଡ୍ଡାଙ୍କ ବିରୋଧରେ ଏକ ପ୍ରସ୍ତାବ ଆଗତ କରାଯାଇଛି। ଗୃହରେ ତାଙ୍କର ଆଚରଣକୁ ଏକ ନିନ୍ଦନୀୟ ଆଚରଣ ବୋଲି ବର୍ଣ୍ଣନା କରାଯାଇଛି। ୫ଜଣ ସାଂସଦ ଦାବି କରିଥିଲେ କି ଦିଲ୍ଲୀ ସେବା ବିଲ୍ ନେଇ ସେମାନଙ୍କ ବିନା ଅନୁମତିରେ ସିଲେକ୍ଟ କମିଟିକୁ ଯେଉଁ ପ୍ରସ୍ତାବ ପଠାଯାଇଥିଲା ସେଥିରେ ସେମାନଙ୍କ ନାମ ଉଲ୍ଲେଖ କରାଯାଇଥିଲା ।

ଏହି ପ୍ରସ୍ତାବ ରାଘବ ଚଡ୍ଡା ଉପସ୍ଥାପନ କରିଥିଲେ । ରାଘବ ଚଢା ଯେଉଁ ୫ଜଣଙ୍କ ନାମ ଉକ୍ତ ପ୍ରସ୍ତାବରେ ଉଲ୍ଲେଖ କରିଥିଲେ ସେମାନଙ୍କ ମଧ୍ୟରୁ ୩ଜଣ ବିଜେପି ସାଂସଦ ସାମିଲ ଅଛନ୍ତି । ଏହି ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଅମିତ୍ ଶାହା ଯାଂଚ ପାଇଁ ଦାବି କରିଥିଲେ । ରାଜ୍ୟ ସଭାରେ ବିଜେପି ଏମ୍‌ପି ପୀୟୁଷ ଗୋୟଲ ରାଘବ ଚଡ୍ଡାଙ୍କ ମାମଲାଙ୍କୁ ନେଇ କହିଛନ୍ତି, ଏହା ଏକ ଅତ୍ୟନ୍ତ ଗମ୍ଭୀର ବିଷୟ । ସଦସ୍ୟଙ୍କ ବିନା ଅନୁମତିରେ ତାଙ୍କ ନାମକୁ କିପରି ତାଲିକାରେ ରଖାଯାଇଛି । ଏହା ବହୁତ ଖରାପ କଥା ଅଟେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’