ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ) ମିଗ୍-୨୧ ଉଡ଼ାଇଥିଲେ, ଏବେ ପ୍ୟାସେଞ୍ଜର ବିମାନ ଉଡ଼ାଇବେ ଅଭିନନ୍ଦନ ।  ୨୦୧୯ ବାଲାକୋଟ ଏୟାର ଷ୍ଟ୍ରାଇକ ବେଳେ ପାକିସ୍ତାନର ଏକ ୠ-୧୬ ଯୁଦ୍ଧ ବିମାନକୁ ଗୁଳି କରି ଖସାଇ ଦେଇଥିବା ଏବଂ ପରେ ତିନି ଦିନ ପାଇଁ ପାକିସ୍ତାନରେ ବନ୍ଦୀ ଥିବା ଭାରତୀୟ ବାୟୁସେନାର ପୂର୍ବତନ ଗ୍ରୁପ୍ କ୍ୟାପଟେନ୍ ଏବଂ ବୀରଚକ୍ର ବିଜେତା ଅଭିନନ୍ଦନ ବର୍ତମାନ ଭାରତୀୟ ବାୟୁସେନାକୁ ଅଲବିଦା କହିଛନ୍ତି । ସେ ଏକ ଘରୋଇ ବିମାନ କମ୍ପାନୀରେ ପାଇଲଟ୍ ଭାବରେ ଯୋଗ ଦେଇଛନ୍ତି ।

ସୂତ୍ର ଅନୁଯାୟୀ, ଚଳିତ ବର୍ଷ ମାର୍ଚ୍ଚ ମାସରେ ବାୟୁସେନାରୁ ଅବସର ନେଇଥିବା ଲଢ଼ୁଆ ପାଇଲଟ ଅଭିନନ୍ଦନ ଅଗଷ୍ଟ ମାସରେ ୠଖଣ୯୧ରେ ଯୋଗ ଦେଇଛନ୍ତି। ତେବେ ଏହି ନିଯୁକ୍ତିକୁ ନେଇ ଏୟାରଲାଇନ୍ସ କର୍ତ୍ତୃପକ୍ଷ କୌଣସି ଆନୁଷ୍ଠାନିକ ସ୍ପଷ୍ଟୀକରଣ ଦେଇନାହାନ୍ତି । ଏୟାରଲାଇନ୍ସର ଜଣେ ମୁଖପାତ୍ର କହିଛନ୍ତି ଯେ, କର୍ମଚାରୀମାନଙ୍କର ବ୍ୟକ୍ତିଗତ ସୂଚନା ସେମାନଙ୍କର ଗୋପନୀୟ ମାମଲା ଏବଂ ଏହା ଉପରେ କୌଣସି ମନ୍ତବ୍ୟ ଦିଆଯାଇପାରିବ ନାହିଁ ।

ବର୍ଷ ୨୦୧୯ରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ହାୱାଇ ସଂଘର୍ଷ ସମୟରେ ୱିଙ୍ଗ୍ କମାଣ୍ଡର୍ ଥିବା ଅଭିନନ୍ଦନ ନିଜର ମିଗ୍-୨୧ ବାଇସନ୍ ଜେଟ୍ରେ ଯାଇ ପାକିସ୍ତାନର ଅତି ଆଧୁନିକ ୠ-୧୬ ଯୁଦ୍ଧ ବିମାନକୁ ଖସାଇ ଦେଇଥିଲେ । ଏହି କ୍ରମରେ ତାଙ୍କର ନିଜ ବିମାନ ମଧ୍ୟ କ୍ଷତିଗ୍ରସ୍ତ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ଏବଂ ସେ ପାକିସ୍ତାନ ଅଞ୍ଚଳରେ ଖସିପଡ଼ିଥିଲେ । ସେଠାରେ ପାକିସ୍ତାନ ସେନା ଦ୍ୱାରା ବନ୍ଦୀ ହେବାର ପ୍ରାୟ ତିନି ଦିନ ପରେ ଭାରତର ଦୃଢ଼ କୂଟନୈତିକ ଚାପ ଏବଂ ଆନ୍ତର୍ଜାତୀୟ ହସ୍ତକ୍ଷେପ ଯୋଗୁଁ ପାକିସ୍ତାନ ତାଙ୍କୁ ସୁରକ୍ଷିତ ଭାବେ ଭାରତକୁ ହସ୍ତାନ୍ତର କରିଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଜି ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜ ମୋହନ ରାମ 🔴 ପିପିଲି କଲେଜ ସମ୍ପୂର୍ଣ୍ଣ ଦଖଲ କଲା ଏବିଭିପି 🔴 ଯନ୍ତ୍ରୀଙ୍କ ନିକଟରୁ ମିଳିଲା ପୁଳା ପୁଳା ଟଙ୍କା 🔴 ଆଜି ଓଡ଼ିଶା ଆସିବେ ରାଜ୍ୟପାଳ 🔴 ୨୫ରେ ଲଘୁଚାପ! 🔴 ଦୁଇ ଉପ ମୁଖ୍ୟମନ୍ତ୍ରୀ ଖାଇଲେ ମାତ, ପାରି ହୋଇଗଲେ ମନ୍ତ୍ରୀ 🔴 ୨ଦିନ ବର୍ଷା ସମ୍ଭାବନା 🔴 ସ୍କୁଲ ଛାତ ଭୁଶୁଡ଼ି ୧୮ ମୃତ 🔴 ଆଜି ୬ ହଜାର ୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା 🔴 ପୁଣି ବର୍ଷା ସମ୍ଭାବନା 🔴 ଆଜି ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେବେ ବ୍ରଜ ମୋହନ ରାମ 🔴 ପିପିଲି କଲେଜ ସମ୍ପୂର୍ଣ୍ଣ ଦଖଲ କଲା ଏବିଭିପି 🔴 ଯନ୍ତ୍ରୀଙ୍କ ନିକଟରୁ ମିଳିଲା ପୁଳା ପୁଳା ଟଙ୍କା 🔴 ଆଜି ଓଡ଼ିଶା ଆସିବେ ରାଜ୍ୟପାଳ 🔴 ୨୫ରେ ଲଘୁଚାପ! 🔴 ଦୁଇ ଉପ ମୁଖ୍ୟମନ୍ତ୍ରୀ ଖାଇଲେ ମାତ, ପାରି ହୋଇଗଲେ ମନ୍ତ୍ରୀ 🔴 ୨ଦିନ ବର୍ଷା ସମ୍ଭାବନା 🔴 ସ୍କୁଲ ଛାତ ଭୁଶୁଡ଼ି ୧୮ ମୃତ 🔴 ଆଜି ୬ ହଜାର ୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା 🔴 ପୁଣି ବର୍ଷା ସମ୍ଭାବନା