Masthead

ଦୟାନଦୀରୁ ନିଖୋଜ ଅବିନାଶଙ୍କ ମୃତଦେହ ଉଦ୍ଧାର

ପିପିଲି (ବଡ଼ ଖବର ବ୍ୟୁରୋ): ଦୀର୍ଘ ୩୬ ଘଣ୍ଟା ପରେ ନିଖୋଜ ଅବିନାଶଙ୍କ ମୃତଦେହ ଉଦ୍ଧାର ହେଲା । ଗତ ଦୁଇଦିନ ପୂର୍ବରୁ ଦୟାନଦୀରେ ଗାଧୋଉଥିବା ସମୟରେ ପାଣିରେ ବୁଡ଼ିଯାଇ ନିଖୋଜ ହୋଇଥିଲେ । ଭୁବନେଶ୍ୱର ପାତ୍ରପଡାରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି । ଦୀର୍ଘ ୩୬ଘଣ୍ଟା ପରେ ନଦୀ ଭିତରୁ ଉଦ୍ଧାର କଲେ ସ୍ଥାନୀୟ ଲୋକ ।

ନିଖୋଜ ଥିବା ସ୍ଥାନର ୬ଶହ ମିଟର ଦୂର କଣ୍ଟି ପଞ୍ଚାୟତର ଲେମ୍ବୁଆ ପଡା ମୌଜାରୁ ମୃତ ଦେହକୁ ଉଦ୍ଧାର କରିଛନ୍ତି ସ୍ଥାନୀୟ ଲୋକ।ଆଜି ଭୋର ୫ଟାରେ ଖୋଜାଖୋଜି କରୁଥିବା ସମୟରେ ଅବିନାଶଙ୍କ ମୃତଦେହକୁ ଦେଖିଥିଲେ ଲୋକେ। ପରେ ତାଙ୍କ ପରିବାର ଲୋକ ଓ ପୋଲିସକୁ ଜଣାଇବା ସହ ମୃତଦେହକୁ ନଦୀ କୂଳକୁ ଆଣିଥିଲେ। ମୃତଦେହ ମିଳିଥିବା ସ୍ଥାନଟି ଡେଲାଙ୍ଗ ଥାନା ଅଧୀନରେ ଆସୁଥିବାରୁ ଘଟଣାସ୍ଥଳରେ ଡେଲାଙ୍ଗ ଥାନା ଅଧିକାରୀ ମଧ୍ୟ ଉପସ୍ଥିତ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ