ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ରାଜ୍ୟରେ ବଢିଚାଲିଛି କରୋନା ସଂକ୍ରମଣ । ଆଜି ରାଜ୍ୟରେ ପୁଣି ୧୦ ହଜାର ଟପିଲା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧୦ ହଜାର ୫୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସଂଗରୋଧରୁ ୫ ହଜାର ୯୪୫ ସ୍ଥାନୀୟ ସଂକ୍ରମିତ ୪ ହଜାର ୫୭୬ ରହିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ଶହ ୭୭ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧ଶହ ୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଟକଟରୁ ୯୬୩, କଳାହାଣ୍ଡିରୁ ୫୭୧, ବରଗଡ଼ରୁ ୫୪୩, ସମ୍ବଲପୁରରୁ ୪୬୦, ନବରଙ୍ଗପୁରରୁ ୪୦୪, ଅନୁଗୁଳରୁ ୩୮୮, ଯାଜପୁରରୁ ୩୭୩, ପୁରୀରୁ ୩୧୯, ଝାରସୁଗୁଡ଼ାରୁ ୩୧୪, ବଲାଙ୍ଗୀରରୁ ୩୧୪, ନୂଆପଡ଼ା ୩୦୪, ମୟୂରଭଞ୍ଜରୁ ୨୮୮, ବୌଦ୍ଧରୁ ୨୫୦ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଦୈନିକ ସଂକ୍ରମଣକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୧୬୨ । ସୁସ୍ଥ ହୋଇଛନ୍ତି ୪ଲକ୍ଷ ୧୬ ହଜାର ୪୦୩ଜଣ । କରୋନା ସଂକ୍ରମିତ ହୋଇ ଚିକିତ୍ସିତ ହେଉଛନ୍ତି ୮୧ ହଜାର ୮୫ ଜଣ । ଗତକାଲି ୪୮ ହଜାର ୩୧୪ ନମୁନା ପରୀକ୍ଷା କରାଯାଇଛି । ସେହିପରି ଦିନକୁ ଦିନ ନୂଆ ରେକର୍ଡ ସୃଷ୍ଟି କରୁଛି କରୋନା ମୃତ୍ୟୁ ସଂଖ୍ୟା । ୨୪ଘଣ୍ଟାରେ ୧୭ଜଣଙ୍କ ଜୀବନ ନେଇଛି ମହାମାରୀ । ଖୋର୍ଦ୍ଧାରୁ ସର୍ବାଧିକ ୪ଜଣଙ୍କର ମୃତ୍ୟୁ ହୋଇଛି । ବାଲେଶ୍ୱର ଓ ମାଲକାନାଗିରିରୁ ୨ଜଣ ଲେଖାଏଁ । ଦେବଗଡ, ଝାରସୁଗୁଡା, ରାୟଗଡା ଓ ସମ୍ବଲପୁର, ବୌଦ୍ଧ, ସୁନ୍ଦରଗଡ, କଳାହାଣ୍ଡି, କେନ୍ଦୁଝର ଓ ନୟାଗଡରୁ ରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମୋଟ ମୃତ୍ୟୁ ସଂଖ୍ୟା ୨୧୨୧କୁ ବୃଦ୍ଧି ।

Leave a Reply

Your email address will not be published. Required fields are marked *