ମୁଁ ମୋଦିଙ୍କ ବିରୋଧରେ ମାନହାନି ମକଦ୍ଦମା କରିବି: ରେଣୁକା ଚୌଧୁରି

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):  ମୋଦି ସରନେମକୁ ନେଇ ଆପତ୍ତିଜନକ ଟିପ୍ପଣୀ ମାମଲାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ କୋର୍ଟ ୨ ବର୍ଷର ସଜା ଶୁଣାଇଛନ୍ତି । ଯାହାକୁ ନେଇ ସମସ୍ତ ବିରୋଧି ଦଳ ଏହାକୁ ବିରୋଧ କରିଛନ୍ତି । ଏସବୁ ଭିତରେ କଂଗ୍ରେସ ନେତା ରେଣୁକା ଚୌଧୁରି ଗୁରୁବାର ଏକ ଟ୍ୱିଟ କରିଛନ୍ତି । ସେ ଲେଖିଛନ୍ତି ‘ସୁର୍ପଣଖା’ କମେଣ୍ଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ମୁଁ ବି ମାନହାନି ମକଦ୍ଦମା କରିବି । ରେଣୁକା ଟ୍ୱିଟରେ ଲେଖିଛନ୍ତି, ଏବେ ଦେଖିବା କୋର୍ଟ କେତେ ଶୀଘ୍ର କାମ କରୁଛନ୍ତି । ଯାହାର ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।

ଯେଉଁଥିରେ ପ୍ରଧାନମନ୍ତ୍ରୀ ରାଜ୍ୟ ସଭାର ଅଧ୍ୟକ୍ଷଙ୍କୁ ରେଣୁକା ଚୌଧୁରିଙ୍କ ହସକୁ ନେଇ କମେଣ୍ଟ କରିଥିଲେ । ସେ କହିଥିଲେ ରାମାୟଣ ସିରିଏଲ ପରେ ଆଜି ଏମିତି ହସ ଶୁଣିବାକୁ ମିଳିଛି । କଂଗ୍ରେସ ନେତା ରେଣୁକା ମୋଦିଙ୍କୁ ହୀନ ଓ ଖରାପ ଚିନ୍ତାଧାରା ବ୍ୟକ୍ତି ବୋଲି ଲେଖିଛନ୍ତି । ସେ (ମୋଦି) ମୋତେ ପାର୍ଲାମେଣ୍ଟରେ ସୁର୍ପଣଖା କହିଥିଲେ । ମୁଁ ତାଙ୍କ ବିରୋଧରେ ମାନହାନି ମକଦ୍ଦମା କରିବି । ଦେଖିବା କୋର୍ଟ ଏବେ କେତେ ଶୀଘ୍ର କାମ କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ