Masthead

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜିତ ସିଂହଙ୍କ ଦେହାନ୍ତ

ମୁଜାଫରନଗର(ବଡ଼ ଖବର ବ୍ୟୁରୋ): କରୋନାରେ ଆକ୍ରାନ୍ତ ହୋଇ ଆଖିବୁଜିଲେ ଆଉ ଜଣେ ରାଜନେତା । ରାଷ୍ଟ୍ରୀୟ ଲୋକ ଦଳର ମୁଖ୍ୟ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଜିତ ସିଂହଙ୍କର କରୋନାରେ ଆଜି ମୃତ୍ୟୁ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୬ବର୍ଷ ବୟସ ହୋଇଥିଲା । କରୋନାରେ ଆକ୍ରାନ୍ତ ହେବା ପରେ ଚିକିତ୍ସା ପାଇଁ ଅଜିତଙ୍କୁ ଗୁରୁଗ୍ରାମର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ତେବେ ଆଜି ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କ ପୁତ୍ର ଥିଲେ ଅଜିତ ସିଂହ । ବାଗପତ ଆସନରୁ ୭ଥର ସେ ଲୋକସଭାକୁ ନିର୍ବାଚିତ ହୋଇଯାଇଥିଲେ । ପରେ କଂଗ୍ରେସରେ ଯୋଗ ଦେଇ ପିଭି ନରସିଂହ ରାଓଙ୍କ ସରକାରରେ ଖାଦ୍ୟମନ୍ତ୍ରୀ ମଧ୍ୟ ହୋଇଥିଲେ ।

୧୯୯୬ରେ ଅଜିତ କଂଗ୍ରେସରୁ ଇସ୍ତଫା ଦେଇଥିଲେ ଓ ସ୍ଥାପନ କରିଥିଲେ ରାଷ୍ଟ୍ରୀୟ ଲୋକଦଳ । ୨୦୦୧ରେ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସହ ମେଣ୍ଟ କରି କୃଷ୍ି ମନ୍ତ୍ରୀ ମଧ୍ୟ ରହିଥିଲେ । ୨୦୦୩ ମସିହା ପର୍ଯ୍ୟନ୍ତ ଏନଡିଏ ମେଣ୍ଟର ସଦସ୍ୟ ହୋଇ ରହିଥିଲେ । ତେବେ ଅଜିତ ୧୯୩୧ରେ ଜନ୍ମଗ୍ରହଣ କରିଥିଲେ । ରାଜନିତୀରେ ଯୋଗ ଦେବା ଆଗରୁ ସେ ୧୫ବର୍ଷ ଧରି ଆମେରିକାରେ କମ୍ପ୍ୟୁଟର ଶିଳ୍ପରେ କାମ କରିଥିଲେ । ପ୍ରଥମେ ୧୯୮୬ରେ ଅଜିତ ସିଂହ ରାଜ୍ୟସଭା ସାଂସଦ ହୋଇଥିଲେ । ପରେ ବାଗପତରୁ ଲୋକସଭାକୁ ନିର୍ବାଚିତ ହୋଇଯାଇଥିଲେ । ଆଉ ଏହି ଆସନରୁ ହିଁ ସେ ୭ଥର ଲୋକସଭାକୁ ନିର୍ବାଚିତ ହୋଇ ଯାଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା