Masthead

ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିଲେ ଟିକା ନେବେ କି ନା?

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ଜାରି ରହିଛି କରୋନାର ଦ୍ୱିତୀୟ ଲହର । ଲଗାତାର ଭାବେ ବଢ଼ିବାରେ ଲାଗିଛି ସଂକ୍ରମିତଙ୍କ ସଂଖ୍ୟା । ମହାମାରୀକୁ ମାତ ଦେବାକୁ ଟିକା ବି ଆସି ସାରିଛି । ମେ ୧ତାରିଖଠାରୁ ଦେଶରେ ୧୮ ବର୍ଷରୁ ଉଦ୍ଧ୍ୱର୍ ବ୍ୟକ୍ତିଙ୍କୁ ମଧ୍ୟ ଟିକା ଦିଆଯାଉଛି । ତେବେ ଜଣେ ଗର୍ଭବତୀ ଥିଲେ ଟିକା ନେବେ କି ନା ତାକୁ ନେଇ ରହିଛି ଅନେକ ଦ୍ୱନ୍ଦ୍ୱ । କାରଣ କୋଭିଡ଼ ସମୟରେ ଗର୍ଭଧାରଣ ନେଇ କୌଣସି ନିର୍ଦ୍ଦେଶାବଳୀ ବି ଜାରି ହୋଇନି । ତେବେ ବିଶେଷଜ୍ଞଙ୍କ କହିବାନୁସାରେ, ଗର୍ଭାବସ୍ଥା ଏକ ସମ୍ବେଦନଶୀଳ ଅବସ୍ଥା । ଏହି ସମୟରେ ସାଧାରଣତଃ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି କମ ରହିଥାଏ । ଆଉ ହାର୍ଟ ଓ ଫୁସଫୁସ ଜନିତ ରୋଗ ବେଶୀ ହୋଇଥାଏ । ଆଉ ଏହି ସମୟରେ କରୋନା ହେଲେ ତାହା ମା ଓ ଛୁଆ ଉଭୟଙ୍କ ପ୍ରତି ବିପଦ ସୃଷ୍ଟି କରିଥାଏ । ତେଣୁ ଗର୍ଭାବସ୍ଥା ସମୟରେ କରୋନା ସଂକ୍ରମିତ ବା କରୋନାର କୌଣସି ଲକ୍ଷଣ ଦେଖାଯିବା ମାତ୍ରେ ପ୍ରଥମେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଏହାଛଡ଼ା ଗର୍ଭଧାରଣ ସମୟରେ ସ୍ୱାସ୍ଥ୍ୟ ପରୀକ୍ଷାରେ ବ୍ୟବଧାନ ମଧ୍ୟ ଆଣନ୍ତୁ । ଯଦି ଜରୁରୀକାଳୀନ ବା କୌଣସି ଜଟିଳ ସମସ୍ୟା ନାହିଁ ତେବେ ୨ମାସକୁ ଥରେ ସ୍ୱାସ୍ଥ୍ୟ ପରୀକ୍ଷା କରାନ୍ତୁ । ସେହିପରି ଗର୍ଭାବସ୍ଥା ସମୟରେ କୋଭିଡ଼ ଗାଇଡ଼ଲାଇନ ପାଳନ କରି ଅଲଟ୍ରାସାଉଣ୍ଡ କରନ୍ତୁ । ଯଦି ଆପଣ ଗର୍ଭବତୀ ଅଛନ୍ତି ତେବେ କରୋନା ଟିକା ନିଅନ୍ତୁନି ବୋଲି ମଧ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ଆଉ ଯଦି ଟିକାର ପ୍ରଥମ ଡୋଜ ନେଇ ଯାଇଛନ୍ତି ଆଉ ଏହାପରେ ଗର୍ଭଧାରଣ କରିଛନ୍ତି ତେବେ ଦ୍ୱିତୀୟ ଡୋଜ ଟିକା ନିଅନ୍ତୁନି । ସେହିପରି ଯେଉଁମାନେ ସ୍ତନ୍ୟପାନ କରାଉଛନ୍ତି ସେମାନେ ମଧ୍ୟ କରୋନା ଟିକା ନେଇ ପାରିବେ ନାହିଁ ।

ଯଦି କରୋନାରେ ଆକ୍ରାନ୍ତ ହେଉଛନ୍ତି ଏବଂ କୌଣସି ଲକ୍ଷଣ ନାହିଁ ତେବେ ଚିନ୍ତିତ ନ ହୋଇ ଘରେ ଆଇସୋଲେସନରେ ରହି ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସିତ ହୋଇ ପାରିବେ । ଔଷଧ ଖାଇବା ପରେ ବି ଯଦି ଶ୍ୱାସ କ୍ରିୟାରେ ଯନ୍ତ୍ରଣା ଅନୁଭବ ହୁଏ ତେବେ ଡାକ୍ତରଙ୍କୁ ଜଣାଇ ହସ୍ପିଟାଲ ଯାଆନ୍ତୁ । କିନ୍ତୁ ତରବରିଆ ହୋଇ ହସ୍ପିଟାଲ ଯିବା ଅନୁଚିତ ବୋଲି ବିଶେଷଜ୍ଞ ମତ ଦେଇଛନ୍ତି । ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ