Masthead

ଯୌତୁକ ପାଇଁ ବଧୂ ହତ୍ୟା ଅଭିଯୋଗ

ପଟ୍ଟାମୁଣ୍ଡାଇ (ବଡ଼ ଖବର ବ୍ୟୁରୋ): ବଧୁହତ୍ୟା ଅଭିଯୋଗ ଆଣିଲେ ଝିଅଘର ଲୋକେ। ବଡମହନପୁର ପଞ୍ଚାୟତ ସାନମହନପୁର ଗ୍ରାମର ଧରଣୀଧର ବେହେରାଙ୍କ ଝିଅ ସୁକାନ୍ତି ବେହେରାଙ୍କୁ ଅଳଭା ଗ୍ରାମର ମହେଶ୍ୱର ପାତ୍ରଙ୍କ ପୁଅ ବବ୍ରୁବାହନ ପାତ୍ର ୧୩ ବର୍ଷ ପୂର୍ବେ ଭଲପାଇ କୋର୍ଟରେ ବିବାହ କରିଥିଲେ। ସେମାନଙ୍କର ଗୋଟିଏ ୧୧ ବର୍ଷର ଝିଅ ଓ ଗୋଟିଏ ଛଅ ବର୍ଷର ପୁଅ ଅଛି।

ସ୍ଵାମୀ ସ୍ତ୍ରୀଙ୍କ ମଧ୍ୟରେ ଟଙ୍କା ପଇସାକୁ ନେଇ ବାରମ୍ବାର ଝଗଡ଼ା ହେଉଥିଲା। ସ୍ତ୍ରୀ ସୁକାନ୍ତି ମାଡ଼ ସହିନପାରି ବାପଘରକୁ ଯାଇ ବାପ ଭାଇଙ୍କୁ ଯୌତୁକ ବାବଦକୁ ଟଙ୍କା ମଧ୍ୟ ଆଣିଥିବା ପରିବାର ଲୋକେ କହିଛନ୍ତି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ସୁକାନ୍ତି ରୋଷେଇ କରି ପୁଅ ଝିଅ ଶ୍ୱଶୁର ଓ ସ୍ୱାମୀ କୁ ଖାଇବାକୁ ଦେଇଥିଲେ। ପୁଅ, ଝିଅ ଓ ଶଶୁର ଖାଇ ସାରି ଗାଁ ଭିତରେ ଥିବା ଆରପଟ ଘରକୁ ଶୋଇବା ପାଇଁ ଯାଇଥିଲେ । କିନ୍ତୁ ଗୁରୁବାର ସ୍ତ୍ରୀ ସୁକାନ୍ତି ଧାନବସ୍ତା ଥିବା ଏକଘରେ ମରି ପଡିଥିଲେ। ସୁକାନ୍ତିଙ୍କ ମୃତ ଶରୀର ନିକଟରେ ସ୍ବାମୀ ବବ୍ରୁବାହନ ଓ ସୁକାନ୍ତିଙ୍କ ଘରପାଖ ଦିଅର ଥିବା ଦେଖି ସୁକାନ୍ତିଙ୍କ ଭାଉଜ ପାଟି କରିଥିଲେ ।

ବବ୍ରୁବାହନଙ୍କୁ ଅଟକାଇଥିଲେ । କିନ୍ତୁ ବବ୍ରୁବାହନ ବାହାନା କରି ଖସି ଯାଇଥିଲେ। ପଟ୍ଟାମୁଣ୍ଡାଇ ଆଦର୍ଶ ଥାନା ଆଇଆଇସି ରଞ୍ଜିତ ମହାନ୍ତି ଘଟଣାସ୍ଥଳରେ ପହଂଚି ପଚରା ଉଚରା କରିବା ସହିତ ତଦନ୍ତ ଆରମ୍ଭ କରିଛନ୍ତି । ପରେ ବବ୍ରୁବାହନଙ୍କୁ ଏକ ପୋଖରୀ ହୁଡ଼ାରେ ଲୁଚି ବସିଥିବା ସମୟରେ ଧରିଥିଲା। ମାଆ ସୁକାନ୍ତି ସିନା ମରିଗଲେ ମାଆ ଛେଉଣ୍ଡ ହୋଇଗଲେ ଏହି ଦୁଇ ପିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ