Masthead

ସରିଲା ପୋଷ୍ଟାଲ ବାଲାଟ୍ ଗଣତି

ବାଲେଶ୍ୱର (ବଡ଼ ଖବର ବ୍ୟୁରୋ): କଡା ସୁରକ୍ଷା ବଳୟ ଭିତରେ ଆଜି ଆରମ୍ଭ ହୋଇଛି ବାଲେଶ୍ୱର ସଦର ଉପନିର୍ବାଚନର ଭୋଟ ଗଣତି । ସକାଳ ୮ରେ ଆରମ୍ଭ ହୋଇଛି ଭୋଟ ଗଣତି । ବାଲେଶ୍ୱର ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ୱେୟାର ହାଉସରେ ହେଉଛି ଭୋଟ ଗଣତି । ୧୨୦ଜଣ କର୍ମଚାରୀ ମୋଟ୍ ୧୪ଟି ଟେବୁଲରେ ଗଣୁଛନ୍ତି ଭୋଟ୍ । ୬୦ଜଣ ମାଇକ୍ରୋ ଅବଜରଭର ସଜାଗ ଥିବା ବେଳେ ୩୫ ପ୍ଲାଟୁନ୍ ଫୋର୍ସ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମୁତୟନ ହୋଇଛନ୍ତି । ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଏସପି ସୁଧାଂଶୁ ଶେଖର ମିଶ୍ରଙ୍କ ସମେତ ଜିଲ୍ଳାର ବିରଷ୍ଠ ପ୍ରଶାସନିକ ଅଧିକାରୀ ଭୋଟଗଣତି ସ୍ଥଳରେ ଉପସ୍ଥିତ ଅଛନ୍ତି ।

ମୋଟ୍ ୬ଜଣ ପ୍ରାର୍ଥୀ ଏହି ଉପନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲା । ପ୍ରତି ପ୍ରାର୍ଥୀଙ୍କର ୧୪ଜଣ ଲେଖାଏଁ ଏଜେଣ୍ଟ ଭୋଟ ଗଣତି ସ୍ଥଳରେ ଉପସ୍ଥିତ ଅଛନ୍ତି । ୱେୟାର ହାଉସ୍ ଚାରିପାଖରେ ସୁରକ୍ଷା କର୍ମୀ ମୁତୟନ ଥିବା ବେଳେ ସମସ୍ତଙ୍କୁ ଯାଞ୍ଚ କରାଯାଇ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯାଇଥିଲା । ସକାଳ ୮ସୁଦ୍ଧା ୧୬୦୦ ପୋଷ୍ଟାଲ ବାଲଟ୍ ଗଣତି ସରିବା ପରେ ୮.୩୦ରେ ଖୋଲା ହୋଇଥିଲା ଇଭିଏମ୍ । କରୋନା କଟକଣା ଭିତରେ ଭୋଟ ଗତି ଚାଲିଛି ବୋଲି ଜିଲ୍ଳା ନିର୍ବାଚନ ଅଧିକାରୀ ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ