Masthead

ଜମିବାଡି ବିବାଦକୁ ନେଇ ଏସିଡ ମାଡ

ପୁରୀ (ବଡ଼ ଖବର ବ୍ୟୁରୋ): ଜମିବାଡି ବିବାଦକୁ କେନ୍ଦ୍ରକରି ପୁରୀରେ ଏସିଡ ମାଡ। ତାଳବଣିଆ ଥାନା ସିଦ୍ଧମହାବୀର ଚମାର ସାହିରେ ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦୁଇ ପରିବାର ମଧ୍ୟରେ ଗୋଷ୍ଠୀ ସଂଘର୍ଷ ସହ ଏସିଡ୍ ମାଡ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏସିଡ ମାଡରେ ଉଭୟ ଗୋଷ୍ଠୀର ୪ ଜଣ ଗୁରୁତର ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ସମସ୍ତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଖବର ପାଇ ଘଟଣାସ୍ଥଳରେ ତାଳବଣିଆ ଥାନା ପୋଲିସ ଏବଂ ସିଟି ଡିଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ସିଟି ଡିଏସପି ଙ୍କ ସୂଚନା ଅନୁଯାୟୀ ଗତକାଲି ସନ୍ଧ୍ୟା ସାଢେପାଞ୍ଚଟା ସମୟରେ ଏହି ଘଟଣା ଘଟିଛି। ଚମାର ସାହିର ଏକ ଜମି ଉପରେ ବିଜୟ ବେହେରା ଘର କରି ସେଠାରେ ରହୁଥିବା ବେଳେ ଏହାକୁ ନେଇ କୋର୍ଟରେ ମାମଲା ମଧ୍ୟ ଚାଲିଛି। ତେବେ ଚମାର ସାହିର କିଛି ଲୋକେ ବିଜୟଙ୍କୁ କେବେ ଘର ଖାଲି କରିବ ବୋଲି ପଚାରିଥିଲେ। ଏହାକୁ ନେଇ ବିଜୟ ଉତକ୍ଷିପ୍ତ ହେବା ସହ ତାଙ୍କ ପୁଅ ସହ ମିଶି ଲୋକଙ୍କ ଉପରକୁ ଏସିଡ ମାଡ କରିଥିଲେ।

ଏସିଡ୍ ମାଡ଼ରେ ପାର୍ବତୀ ବେହେରା, ଦୁଲେଇ ବେହେରା, ବାଞ୍ଛୁ ବେହେରା ଓ ଜମୁନା ବେହେରା ଗୁରୁତର ହୋଇଥିବା ବେଳେ ସାରଥି ବେହେରା ଓ ଚମ୍ପା ବେହେରା ଆହତ ହୋଇଛନ୍ତି। ସେହିପରି ବିଜୟ ବେହେରା ଓ ତାଙ୍କ ପୁଅ ମଧ୍ୟ ଆହତ ହୋଇ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ତଦନ୍ତ ପରେ ପ୍ରକୃତ ଘଟଣା ସ୍ପଷ୍ଟ ହେବ ବୋଲି ସିଟି ଡିଏସପି କହିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ