ବିରୋଧୀ ଦଳ ନେତାଙ୍କୁ ମେଣ୍ଟାଲ୍ କେସ୍ କହିଲେ ସାଂସଦ ଅମର ପଟ୍ଟନାୟକ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ଜୟନାରାୟଣ ମିଶ୍ରଙ୍କ ମନ୍ତବ୍ୟ ପରେ ଏବେ ସରକାର ଓ ବିଜେଡିରେ କମ୍ପନ । ନବ ଦାସ ହତ୍ୟା ଘଟଣାରେ ୫-ଟି ସଚିବ ଓ ଯାଜପୁର ବିଧାୟକଙ୍କ କଲ୍ ରେକର୍ଡ ଯାଞ୍ଚ କରାଯାଉ କହିବା ପରେ ବିରୋଧୀ ଦଳ ନେତାଙ୍କୁ ପାଗଳ ଆଖ୍ୟା ଦେବାକୁ ଆଗେଇ ଆସିଛି ବିଜେଡି । ପ୍ରଥମେ ପ୍ରମିଳା ମଲ୍ଲିକ, ପ୍ରଶାନ୍ତ ମୁଦୁଲି, ଦେବୀ ମିଶ୍ର ଓ ଏବେ ସାଂସଦ ଅମର ପଟ୍ଟନାୟକ ଏହି ଦୌଡ଼ରେ ସାମିଲ ହୋଇଛନ୍ତି । ଅମର ପଟ୍ଟନାୟକ ଇଂରାଜୀରେ ଟ୍ୱିଟ୍ କରି ବିରୋଧୀ ଦଳ ନେତାଙ୍କୁ ମେଣ୍ଟାଲ୍ କେସ୍ କହିବାକୁ ପଛାଇନାହାନ୍ତି ।

ସେ ଇଂରାଜୀରେ ଟ୍ୱିଟ କରିଛନ୍ତି, ଯାହାର ଓଡ଼ିଆ ସାରାଂଶ ହେଉଛି- ନବ ଦାସ ହତ୍ୟାଭଳି ସମ୍ବେଦନଶୀଳ ପ୍ରସଙ୍ଗରେ ବିରୋଧୀ ଦଳ ନେତା ବିଳାପ କରୁଛନ୍ତି । ଦୁଇ ବ୍ୟକ୍ତିଙ୍କ ଉପରେ କାଦୁଅ ଛାଟୁଛନ୍ତି, ଯେଉଁମାନଙ୍କ ଏହି ଘଟଣାରେ କିଛି ବି କରିବାର ନାହିଁ । ଏହା ସହ ସେ ଲେଖିଛନ୍ତି, ମୁଁ ସ୍ଥିର ନିଶ୍ଚିତ ହେଲି ଯେ ଏହା ମେଣ୍ଟାଲ କେସ୍ ବା ପାଗଳର ପ୍ରଳାପ । ତାଙ୍କୁ ତୁରନ୍ତ ଚିକିତ୍ସା ଦରକାର । ଭାରତୀୟ ଜନତା ପାର୍ଟି ତୁରନ୍ତ ଏ ଦିଗରେ ପଦକ୍ଷେପ ନେବା ଦେଉ । ଏହା ସହ ସେ ଜୟନାରାୟଣ ଓ ପୋଲିସ ମଧ୍ୟରେ ମୁଥ ମରାମରି ଦିନର ଭିଡିଓ ଏହି ଟ୍ୱିଟରେ ସେୟାର କରିଛନ୍ତି । ଯାହା ସ୍ପଷ୍ଟ କରୁଛି ତାଙ୍କର ପାଗଳର ପ୍ରଳାପ ମନ୍ତବ୍ୟ ଜୟନାରାୟଣଙ୍କ ଉଦ୍ଦେଶ୍ୟରେ ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’