Masthead

ପାଠ ପଢିବାକୁ ଆସି ଛାତ୍ର ସାଜିଲେ ଶିଶୁ ଶ୍ରମିକ  

ମାହାଙ୍ଗା (ବଡ଼ ଖବର ବ୍ୟୁରୋ): ପାଠ ପଢିବାକୁ ଆସି ଛାତ୍ର ସାଜିଲେ ଶିଶୁ ଶ୍ରମିକ  । ଭାଇରାଲ ଭିଡିଓକୁ ନେଇ ବୁଦ୍ଧିଜୀବୀଙ୍କ ଉଦବେଗ ପ୍ରକାଶ   । ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନକୁ ଦଣ୍ଡମୁକ୍ତ ଘୋଷଣା କରିଛନ୍ତି ସରକାର  । ସଭିଏଁ ପଢନ୍ତୁ, ସଭିଏଁ ବଢ଼ନ୍ତୁ  ।  ଏଭଳି ନାରା ଦିଆଯାଇ ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ସୃଷ୍ଟି ପାଇଁ ଭରପୁର ପ୍ରୟାସ କରୁଛି ଶିକ୍ଷା ବିଭାଗ  । ବିଦ୍ୟାଳୟ ଗୁଡିକର ରୂପାନ୍ତିକରଣ ନାରେ ସବୁଠି ପରିବର୍ତ୍ତନ ଓ ପ୍ରଗତିର ଛୁଆଁକୁ ନେଇ ତର୍କ ଆଉ ବିତର୍କର ଛକି ଶୂନ ଖେଳ ଚାଲିଛି  ।

ପାଠପଢା ଚୁଲିକୁ ଗଲାଣି  । ପିଲାମାନେ ଶ୍ରେଣୀଗୃହ ଛାଡି ହାତରେ ଖାତା କଲମ ଧରିବା ବଦଳରେ ଫାଉଡା, ଶାବଳ, ଲୁହାକଡା ଧରିବା ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ  । ମୁଣ୍ଡ ଉପରେ ସାଧାରଣ ନିର୍ବାଚନର ତାତି  ।  ଠିକ ଏତିକି ବେଳେ କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅଂଚଳର ଏକ ସରକାରୀ ବିଦ୍ୟାଳୟରେ ଛାତ୍ରମାନେ ହାତରେ ଫାଉଡା ଧରି, ବାଲିଗୋଡି ଓ ସିମେଣ୍ଟ ଗୋଳେଇ ଲାଗିପଡିଛନ୍ତି କାର୍ୟ୍ୟରେ  । ସରକାରୀ ନୀତି ନିୟମକୁ ଫୁ କରିଦେଇଛନ୍ତି ସ୍କୁଲ କର୍ତ୍ତୃପକ୍ଷ  । ଘଟଣାଟି ଘଟିଛି ମାହାଙ୍ଗା ନିର୍ବାଚନ ମଣ୍ଡଳୀର ଶବଳକଣା ସରକାରୀ ଉଚ୍ଚ ବିଦ୍ୟାପୀଠରେ ।  ବହି ବସ୍ତାନିକୁ କ୍ଲାସ ରୁମରେ ରଖି ସ୍କୁଲ ହତା ଭିତରେ ଶ୍ରମିକ ସାଜିଛନ୍ତି ଛାତ୍ରମାନେ ।

ଏଠି ଗୋଡି-ସିମେଣ୍ଟ-ବାଲି ଗୋଳା ଚାଲିଛି ।  ଛାତ୍ରଙ୍କ ହାତରେ କୋଡ଼ି ଫାଉଡା ଶାବଳ  । ପୋତାଯାଇଥିବା ଲୁହାଖୁଣ୍ଟ ମୂଳରେ ମସଲା ଭରୁଛନ୍ତି ବିଦ୍ୟାର୍ଥୀ ।  ଏମାନେ ସମସ୍ତେ ଶିଶୁ । ସାଜିଛନ୍ତି ଶିଶୁ ଶ୍ରମିକ  । ଏଠି ପ୍ରଶ୍ନ ଉଠୁଛି ଦଣ୍ଡମୁକ୍ତ ଅଂଚଳରେ କଅଁଳ ହାତରେ ଏପରି କାର୍ଯ୍ୟ କରିବାପାଇଁ ଏମାନଙ୍କୁ କିଏ ଦେଲା ଅନୁମତି  ? ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଏବଂ ବ୍ଲକ ଶିକ୍ଷାଧିକାରୀଙ୍କୁ ଘଟଣା ବାବଦରେ ପଚାରିବାକୁ ଉଦ୍ୟମ ହୋଇଥିଲେବି, କୌଣସି ପ୍ରତିକ୍ରିୟା ମିଳିପାରିନାହିଁ  । ତେବେ ବେଆଇନି ଭାବେ ଏହି ବିଦ୍ୟାଳୟର ଛାତ୍ରଙ୍କୁ ଶିଶୁ ଶ୍ରମିକ ସଜେଇବା ଘଟଣାର କେବେ ହେବ ତଦନ୍ତ, ଏବଂ କଣ ନିଆଯିବ କାର୍ଯ୍ୟାନୁଷ୍ଠାନ, ସେକଥା ସମୟ କହିବ  ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ