Masthead

ମଲାଲାଙ୍କ ପାଇଁ ପାକିସ୍ତାନରେ ବଢିଲା ଅଡୁଆ

(ବଡ଼ ଖବର ବ୍ୟୁରୋ): ନୋବେଲ ବିଜେତା ମଲାଲା ୟୁସୁଫଜାଇଙ୍କ ପାଇଁ ଅଡୁଆ ବଢିଲା । ତାଙ୍କ ରଚିତ ପୁସ୍ତକରେ ପାକିସ୍ତାନ ଲଗାଇଛି ପ୍ରତିବନ୍ଧକ । ମାତ୍ର ୧୭ବର୍ଷ ବୟସରେ ମଲାଲା ନିଜ ଦେଶ ପାକିସ୍ତାନର ମୌଳବାଦୀଙ୍କ ବିରୋଧରେ ଯୁଦ୍ଧ କରିଥିଲେ । ଶିଶୁ ଓ ମହିଳାଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ବିରୋଧ କରି ସେମାନଙ୍କ ଶିକ୍ଷା ପାଇଁ ସ୍ୱର ଉଠାଇଥିଲେ । ଏହି ମହତ୍ କାର୍ୟ୍ୟ ପାଇଁ ୨୦୧୪ରେ ମଲାଲାଙ୍କୁ ସମ୍ମାନଜନକ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା ।

ଏବେ ପାକିସ୍ତାନର ଘରୋଇ ବିଦ୍ୟାଳୟଗୁଡିକ ଏହି ମାନବାଧିକାର କର୍ମୀଙ୍କ ବିରୋଧରେ ଠିଆ ହୋଇଛନ୍ତି । ଅଲ୍ ପାକିସ୍ତାନ ପ୍ରାଇଭେଟ ସ୍କୁଲ ଫେଡେରେସନ୍ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରିଛି । ଡକ୍ୟୁମେଣ୍ଟାରୀ ନାମ ରହିଛି ମାଲା ଆଣ୍ଟି । ମଲାଲା କିପରି ଇସଲାମ ବିରୋଧୀ ଓ ଲିଭ-ଇନ୍- ରିଲେସନସିପକୁ ସମର୍ଥନ କରନ୍ତି ଡକ୍ୟୁମେଣ୍ଟାରୀରେ ପ୍ରଦର୍ଶିତ ହୋଇଛି । ଏହି ଡକ୍ୟୁମେଣ୍ଟାରୀକୁ ପାକିସ୍ତାନର ୨ଲକ୍ଷ ଘରୋଇ ସ୍କୁଲରେ ପ୍ରଦର୍ଶିତ ହେବ ।

ଏହାଦ୍ୱାରା ୨୦ ମିଲିୟନ୍ ଛାତ୍ରଛାତ୍ରୀ ମଲାଲାଙ୍କ ଏଜେଣ୍ଡା ବିଷୟରେ ଜାଣିପାରିବେ। ଘରୋଇ ବିଦ୍ୟାଳୟ ସଂଗଠନର ସଭାପତି କାଶିଫ୍ ମିର୍ଜା କହିଛନ୍ତି, ମଲାଲଙ୍କ ପୁସ୍ତକ ଆଇ ଆମ୍ ମଲାଲାରେ ଅନେକ ବିବାଦୀୟ ତଥ୍ୟ ରହିଛି । ଇସଲାମର ଶିକ୍ଷା, କୋରାନ୍, ଇସଲାମର ଆଦର୍ଶ, ପାକିସ୍ତାନର ପ୍ରତିଷ୍ଠାତା ମହମ୍ମଦ ଅଲ୍ଲୀ ଜିନ୍ନା, ପାକିସ୍ତାନ ସେନା ବିରୋଧରେ ଭୁଲ ତଥ୍ୟ ରହିଛି । ପାଶ୍ଚ୍ୟାତ ଶକ୍ତିମାନଙ୍କ ନିର୍ଦ୍ଦେଶରେ ଏହି ପୁସ୍ତକ ମଲାଲା ରଚନା କରିଛନ୍ତି । ସେଥିପାଇଁ ଆଇ ଆମ୍ ମଲାଲା ପୁସ୍ତକରେ ପ୍ରତିବନ୍ଧକ ଲଗାଯାଇଥିବା କାଶିଫ୍ ମିର୍ଜା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ