Masthead

ମୋ ପେଟରେ ଯାହା ମୁହଁରେ ତାହା: ନାନା ପାଟେକର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କୃଷକ ଆନ୍ଦୋଳନରେ ଏବେ ଅଭିନେତା ନାନା ପାଟେକର ଏଣ୍ଟ୍ରି । ଆନ୍ଦେଳନରେ ଯୋଗଦେଇ ସେ ଦେଶର ସବୁ ଭୋଟରଙ୍କୁ ନିର୍ବାଚନ ନେଇ ବଡ ଆହ୍ୱନ କରିଛନ୍ତି। ସେ କହିଛନ୍ତି, ପୂର୍ବରୁ ୮୦ରୁ ୯୦% ଚାଷୀ ଥିଲେ । ଏବେ ଏହା ହ୍ରାସ ପାଇ ୫୦%ରେ ପହଞ୍ଚିଛି । ସରକାରଙ୍କ ଠାରୁ କିଛି ମାଗିବା ଦରକାର ନାହିଁ ବରଂ ଚାଷୀ ଭାଇ ସ୍ଥିର କରନ୍ତୁ କାହାକୁ ସରକାରକୁ ଆଣିବେ । ଏଥିସହ ରାଜନୀତିରେ ସାମିଲ ହେବା ନେଇ ପ୍ରତିକ୍ରିୟା ରଖିଛନ୍ତି ପାଟେକର। ସେ କହିଛନ୍ତି, ମୁଁ ରାଜନୀତିରେ ଆସିପାରିବି ନାହିଁ । କାରଣ ମୋ ପେଟରେ ଯାହା ମୁହଁରେ ତାହା ।

ଆଉ ଯଦି ମୁଁ କହିବି ତେବେ ରାଜନୈତିକ ଦଳଗୁଡିକ ମୋତେ ଦିନ କେଇଟାରେ ବାହାର କରିଦେବେ । ମାସେ ମଧ୍ୟରେ ସବୁ ପାର୍ଟିରୁ ବହିଷ୍କାର ହୋଇଯିବି । ଯଦି ମୋର ପୁର୍ନଜନ୍ମ ହୁଏ ତେବେ ନିଶ୍ଚୟ ଭାବେ କୃଷକ ହୋଇ ଜନ୍ମନେବି । କିନ୍ତୁ ଚାଷୀ ଭାଇଙ୍କ ସାମ୍ନାରେ ହୃଦୟର କଥା କହିପାରିବି । ଯିଏ ଏବେ ଆମକୁ ଖାଦ୍ୟ ଦେଉଛି ତାଙ୍କ କଥା ବୁଝିବାକୁ କେହି ନାହାନ୍ତି । ତେଣୁ ଆମେ କାହିଁକି ସରକାରଙ୍କ କଥା ଚିନ୍ତା କରିବୁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ