ମହିଳା ରାଲିକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ

କୋଲକାତା (ବଡ଼ ଖବର ବ୍ୟୁରୋ): ଦିନକ ପରେ ଅନ୍ତର୍ଜାତୀୟ ମହିଳା ଦିବସ । ତେବେ ଦିନକ ପୂର୍ବରୁ ପଶ୍ଚିମବଙ୍ଗରେ ଆଜି ମହିଳା ରାଲିକୁ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କ ମହିଳା ରାଲି ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି । ବାରାସତରେ ମହିଳା ସମାବେଶକୁ ସମ୍ବୋଧନ କରି ନାରୀ ସଶକ୍ତିକରଣ ଏବଂ ସନ୍ଦେଶଖାଲି ପ୍ରସଙ୍ଗ ଉଠାଇବେ ବୋଲି କୁହାଯାଉଛି । ୫ଦିନ ତଳେ ପ୍ରଧାନମନ୍ତ୍ରୀ ପଶ୍ଚିମବଙ୍ଗ ଗସ୍ତ କରି ଆରାମବାଗରେ ଟିଏମସି ସରକାର ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରିଥିବା ବେଳେ, ସପ୍ତାହେ ଭିତରେ ଏହା ତାଙ୍କର ଦ୍ୱିତୀୟ ଗସ୍ତ ।

ଗତକାଲି ପଶ୍ଚିମବଙ୍ଗରେ ପହଞ୍ଚିବା ପରେ ରାଜଭବନରେ ରାତ୍ରିଯାପନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଆଜି ହାୱଡ଼ାରେ ଦେଶର ପ୍ରଥମ ଅଣ୍ଡରୱାଟର ମେଟ୍ରୋ ପ୍ରକଳ୍ପ ଲୋକାର୍ପଣ ପରେ ଆକାଶମାର୍ଗରେ ବାରାସତ ଯିବେ ମୋଦି । ସେଠାରେ ମହିଳା ସମାବେଶକୁ ଉଦବୋଧନ ଦେବା ପୂର୍ବରୁ ୧୧ କିଲୋମିଟରର ମେଗା ରୋଡ ଶୋ କାର୍ୟ୍ୟକ୍ରମ ରହିଛି । ଅନ୍ୟପଟେ ଆଜି ହାୱଡ଼ାରେ ଦେଶର ପ୍ରଥମ ଅଣ୍ଡର-ୱାଟର୍ ମେଟ୍ରୋ ପ୍ରକଳ୍ପ ଲୋକାର୍ପଣ କରିବେ ମୋଦି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ