TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ

ତାମିଲନାଡ଼ୁ(ବଡ଼ ଖବର ବ୍ୟୁରୋ): ଅଭିନେତା ରୁ ପାଲଟିଲେ ରାଜନେତା । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ତାମିଲ ଅଭିନେତା ବିଜୟ । ବିଜେପି ସହ ମେଣ୍ଟ କରିବନି TVK । ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଦଳ ଏକାକୀ ଲଢ଼ିବ ।

୨୦୨୬ ତାମିଲନାଡୁ ନିର୍ବାଚନ ପାଇଁ TVK ପାର୍ଟିର ବଡ଼ ଘୋଷଣା । ଏଥର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇ ଲଢ଼ିବେ ତାମିଲ ଅଭିନେତା ବିଜୟ । ଶୁକ୍ରବାର ଚେନ୍ନାଇରେ ବସିଥିବା  ଦଳୀୟ ବୈଠକରେ ବିଜୟ ଥାଲାପଥୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରାଯାଇଛି । ବିଜେପି ସହ କୌଣସି ମେଣ୍ଟ କରିବେ ନାହିଁ ବୋଲି ସ୍ପଷ୍ଟ କଲେ ଦଳ ମୁଖ୍ୟ ବିଜୟ । ତାଙ୍କ ଦଳର ଆଦର୍ଶ ସହ ବିଜେପିର ଆଦର୍ଶ ମିଶୁନାହିଁ ବୋଲି କହିଲେ ବିଜୟ । ବିଜେପି ଅନ୍ୟ କୌଣସି ଦେଶରେ ବିଷର ମଞ୍ଜି ବୁଣିପାରେ କିନ୍ତୁ ତାମିଲନାଡ଼ୁରେ ନୁହେଁ । ‘ଟିଭିକେ’ ଏଆଇଏଡିଏମକେ ନୁହେଁ ଯେ ବିଜେପି ସହିତ ହାତ ମିଶାଇବ । ଟିଭିକେ ସର୍ବଦା ଡିଏମକେ ଏବଂ ବିଜେପିକୁ ବିରୋଧ କରିବ । ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବିଜୟ ପୁରା ତାମିଲନାଡ଼ୁ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇ ଡିସେମ୍ବର ମାସରେ ଶେଷ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ