Masthead

ପାକିସ୍ତାନରୁ ଇମ୍ରାନଙ୍କୁ ତଡ଼

ଇସଲାମାବାଦ, (ବଡ଼ ଖବର ବ୍ୟୁରୋ): ପାକିସ୍ତାନରେ ଇମ୍ରାନ ସରକାର ବିରୋଧୀ ସ୍ୱର ତୀବ୍ର ହେବାରେ ଲାଗିଛି। ବିରୋଧୀଦଳଗୁଡ଼ିକ ଏଥିପାଇଁ ଅଣ୍ଟା ଭିଡ଼ିଲେଣି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଇସ୍ତଫା ଦାବିରେ ୧୬ ଅକ୍ଟୋବରରେ ବିରୋଧୀଦଳଗୁଡ଼ିକର ପ୍ରଥମ ମିଳିତ ରାଲି ଅନୁଷ୍ଠିତ ହେବ। ଦେଶର ରାଜନୀତିରେ ସାମରିକ ହସ୍ତକ୍ଷେପକୁ ରୋକିବା ପାଇଁ ଏକ ମିଳିତ ମଞ୍ଚ ଗଠନ ହେବାର ସପ୍ତାହକ ପରେ ବିରୋଧୀମାନେ ବିକ୍ଷୋଭ ଶୋଭାଯାତ୍ରାରେ ସାମିଲ ହେବେ। ପାକିସ୍ତାନର ୧୧ ପ୍ରମୁଖ ବିରୋଧୀଦଳର ନେତାମାନେ ସେପ୍ଟେମ୍ବର ୨୦ରେ ଇମ୍ରାନ ସରକାର ବିରୋଧରେ ଦେଶବ୍ୟାପୀ ଆନ୍ଦୋଳନ ପାଇଁ ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ ଗଠନ କରିଥିଲେ।

ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ କ୍ଷମତାରୁ ହଟାଇବା ପାଇଁ ଏହା ବିରୋଧୀଦଳ ଦ୍ୱାରା ଗଠିତ ଏକ ସରକାରୀ ବିରୋଧୀ ମିଳିତ ମଞ୍ଚ। ଏହି ମଞ୍ଚ ୩ ପର୍ୟ୍ୟାୟରେ ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବ। ପ୍ରଥମେ ଦେଶରେ ସାଧାରଣ ସଭା, ବିକ୍ଷୋଭ ପ୍ରଦର୍ଶନ ଏବଂ ସମାବେଶ ଅନୁଷ୍ଠିତ ହେବ। ୨୦୨୧ ଜାନୁଆରୀରେ ଇସଲାମାବାଦ ଅଭିମୁଖେ ବାହାରିବ ଏକ ଦୀର୍ଘ ପଦଯାତ୍ରା। ପିଡିଏମ୍‌ ପରିଚାଳନା କମିଟିର ସଂଯୋଜକ ଏହସାନ ଇକବାଲ କହିଛନ୍ତି ଯେ ପିଡିଏମର ଯୋଜନା ଅନୁଯାୟୀ ପଞ୍ଜାବ ପ୍ରଦେଶର ଗୁଜରାନୱାଲା ସହରରେ ଅକ୍ଟୋବର ୧୬ରେ ବିରୋଧୀଦଳଗୁଡ଼ିକ ପକ୍ଷରୁ ସରକାର ବିରୋଧୀ ପ୍ରଥମ ରାଲି କରାଯିବ ବୋଲି ଚୂଡ଼ାନ୍ତ ହୋଇଛି।

ଏଥିରେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଏବଂ ସାମରିକ ହସ୍ତକ୍ଷେପ ବନ୍ଦ କରିବାକୁ ସରକାରଙ୍କ ଉପରେ ଚାପ ପ୍ରୟୋଗ କରାଯିବ। ଗୁଜରାନୱାଲାରେ ଏହି ରାଲି ପରେ ୧୮ ଅକ୍ଟୋବରରେ କରାଚିରେ, ୨୫ ଅକ୍ଟୋବରରେ କ୍ୱେଟାରେ, ୨୨ ନଭେମ୍ବରରେ ପେଶୱାରରେ, ୩୦ ନଭେମ୍ବରରେ ମୁଲତାନରେ ଏବଂ ୧୩ ଡିସେମ୍ବରରେ ଲାହୋରରେ ରାଲି ଅନୁଷ୍ଠିତ ହେବ। ବିରୋଧୀଦଳର ନେତାମାନେ ପୂର୍ବରୁ ଘୋଷଣା କରିଥିଲେ ଯେ ସେମାନେ ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା, ରାଜନୀତିରେ ସେନାର ଭୂମିକାକୁ ଦୂର କରିବା ପାଇଁ ସମସ୍ତ ରାଜନୈତିକ ଏବଂ ଗଣତାନ୍ତ୍ରିକ ପଦ୍ଧତି ବ୍ୟବହାର କରିବେ।

ସରକାରୀ ସଂସ୍ଥାକୁ ଅପମାନିତ କରିଥିବା ଅଭିଯୋଗରେ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ବିରୋଧରେ ସୋମବାର ଲାହୋରରେ ଏକ ମାମଲା ରୁଜୁ ହୋଇଥିବାରୁ ଏହାକୁ ପିଡିଏମ ନେତାମାନେ ନିନ୍ଦା କରିଛନ୍ତି। ଶନିବାର ପାକିସ୍ତାନର ଧର୍ମଗୁରୁ ତଥା ନେତା ମୌଲାନା ଫଜଲ-ଉର-ରେହମାନଙ୍କୁ ସର୍ବସମ୍ମତି କ୍ରମେ ନବଗଠିତ ବିରୋଧୀ ସଂଗଠନ ପାକିସ୍ଥାନ ଡେମୋକ୍ରାଟିକ୍ ମୁଭମେଣ୍ଟ (ପିଡିଏମ୍)ର ପ୍ରଥମ ସଭାପତି ଭାବରେ ନିଯୁକ୍ତ କରାଯାଇଛି। ଏହି ବୈଠକରେ ପାକିସ୍ତାନ ମୁସଲିମ ଲିଗ୍-ନୱାଜ (ପିଏମଏଲ-ଏନ) ସୁପ୍ରିମୋ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ, ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ସଭାପତି ବିଲାୱାଲ ଭୁଟ୍ଟୋ ଜାରଦାରୀ, ବାଲୁଚିସ୍ତାନ ନ୍ୟାସନାଲ ପାର୍ଟି ମୁଖ୍ୟ ସର୍ଦ୍ଦାର ଅଖତର ମେଙ୍ଗଲ ପ୍ରମୁଖ ଯୋଗଦେଇଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା 🔴 ରାଜଧାନୀରେ ଦୁର୍ଘଟଣା, ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର 🔴 ପାହାଡ଼ ଚଢିଲେ ଜିଲ୍ଲାପାଳ, ଉପରୁ ତଳକୁ ଆସିବେ ୮ ପରିବାର 🔴 ୪ ଭାରତୀୟ ଡାକ୍ତରୀ ଛାତ୍ରଙ୍କୁ ଛୁରାମାଡ଼ 🔴 ରାତିରେ ପାରଦ ଖସୁଛି 🔴 ଆଜିଠାରୁ ପୁରୁଷ ଟ୍ବେଣ୍ଟି-୨୦ ବିଶ୍ବକପ୍‌ 🔴 ଶିମିଳିପାଳ ଅଭୟାରଣ୍ୟ ବୁଲିବେ ରାଷ୍ଟ୍ରପତି 🔴 ଟପ୍ କମାଣ୍ଡର ଉଧମ ସିଂହ ନିହତ 🔴 ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ କନଷ୍ଟେବଳ 🔴 ଟ୍ରାକରୁ ଖସିଲା ୩ ବଗି 🔴 ଖୋର୍ଦ୍ଧା ନୁହେଁ ଏଣିକି ଖୋରଧା