Masthead

ଓଲିଉଡ କଳିରେ ପ୍ରକୃତିଙ୍କ ପ୍ରତିକ୍ରିୟା, କହିଲେ ନାୟକଙ୍କ ପାଇଁ ଖରାପ ବିଗୁଡୁଛି ଓଲିଉଡ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଲିଉଡ କଳିରେ ଅଭିନେତା ଓ ରାଜନେତାଙ୍କ ସମ୍ପୃକ୍ତି ପରେ ଅଭିନେତ୍ରୀ ପ୍ରକୃତି ମିଶ୍ର ମଧ୍ୟ ନିଜ ପ୍ରତିକ୍ରିୟା ରଖିଥିଲେ । ମନୋଜ ଦାଦା ବିଭିନ୍ନ ପ୍ଲାଟଫର୍ମରେ ଆମ ରାଜ୍ୟର ପ୍ରତିନିଧିତ୍ୱ କରି ଖ୍ୟାତି ଅର୍ଜନ କରିଛନ୍ତି । ଏପରି କହିବା ସହ ସେ ପ୍ରଯୋଜକ ନାୟକଙ୍କ ଉପରକୁ ସିଧାସଳଖ ଟାର୍ଗେଟ କରିଛନ୍ତି । କିନ୍ତୁ ତାଙ୍କର ପୁରା ନାଁ ସେ ଲେଖି ନାହାନ୍ତି । ତେବେ ସିନେପ୍ରେମୀ ଠିକ ଜାଣିଛନ୍ତି ଯେ କାହାକୁ ଇଙ୍ଗିତ କରିଛନ୍ତି । ପ୍ରଯୋଜକଙ୍କ ପାଇଁ ଏହି ଫିଲ୍ମ ଇଣ୍ଡଷ୍ଟ୍ରୀ ଖରାପ ହେବାକୁ ବସିଲାଣି । ଯେଉଁଥିରେ କଳାକାରମାନଙ୍କୁ ମାନିପୁ୍ୟଲେଟ କରାଯିବା ସହ ସେମାନଙ୍କୁ ଦୁର୍ବ୍ୟବହାର କରାଯାଉଛି । ମନୋଜ ମିଶ୍ରଙ୍କ ପରି କଳାକାର ମଧ୍ୟ ଏଥିରେ ପ୍ରଭାବିତ ହୋଇଛନ୍ତି ।

ପ୍ରଯୋଜକଙ୍କ ନାଁ ନେଇ ପ୍ରକୃତି କହିଛନ୍ତି ବର୍ତ୍ତମାନର ରିଲିଜ ହୋଇଥିବା ଫିଲ୍ମ ଗୁଡିକରେ ତାଙ୍କର କୌଣସି ଅବଦାନ ନାହିଁ । କଳାର ମୂଳ ଅର୍ଥ କଳା ଓ ସମସ୍ତଙ୍କୁ ଏକଜୁଟ କରିବା । ଏହି କଳା ଚଳଚ୍ଚିତ୍ର ଯୁଗର ମୁଁ ଏକ ଅଂଶ ହୋଇଥିବାରୁ ମୁଁ ଦୁଃଖିତ । ଏହା ସହ ସେ ନିଜ ସାଥି କଳାକାରମାନଙ୍କୁ ଅନୁରୋଧ କରିଛନ୍ତି ଯେ ନିଜ ସହଯୋଗୀମାନଙ୍କୁ ଅସମ୍ମାନ କରନ୍ତୁ ନାହିଁ । ନିଜ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ସିନେପ୍ରେମୀଙ୍କ କହିବା କଥା ପ୍ରକୃତି ଓଲିଉଡ଼ କଳି ଚାଲିଥିବା ବେଳେ ଚର୍ଚ୍ଚା ହେଉଛି ବେହତୀ ଗଙ୍ଗା ମୈଁ ହାଥ୍ ଧୋ ରହେ ହେଁ ପ୍ରକୃତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ସରକାରଙ୍କ ଚିନ୍ତା 🔴 କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍‌ 🔴 ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ, କମ୍ପିବ ଗୃହ 🔴 ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ 🔴 ସ୍କୁଲରେ ମାରପିଟ୍, ୩ଶିକ୍ଷକ ନିଲମ୍ବିତ 🔴 ୨୧ରେ ପୁଣି ଭାରତ ପାକିସ୍ତାନ ମୁକାବିଲା 🔴 ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ 🔴 ମାଆକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ 🔴 ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! 🔴 ଦେବଭୂମିରେ ପୁଣି ଜଳପ୍ରଳୟ, ୧୩ ମୃତ 🔴 ଭିନ୍ନକ୍ଷମଙ୍କ ପାଇଁ ରାଜ୍ୟ ସରକାରଙ୍କ ଚିନ୍ତା 🔴 କାଶୀପୁର ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁଙ୍କ ଘରେ ଭିଜିଲାନ୍ସ ରେଡ୍‌ 🔴 ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ, କମ୍ପିବ ଗୃହ 🔴 ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ପେନସନ୍ 🔴 ସ୍କୁଲରେ ମାରପିଟ୍, ୩ଶିକ୍ଷକ ନିଲମ୍ବିତ 🔴 ୨୧ରେ ପୁଣି ଭାରତ ପାକିସ୍ତାନ ମୁକାବିଲା 🔴 ଆଜିଠୁ ବିଧାନସଭାର ମୌସୁମୀ ଅଧିବେଶନ 🔴 ମାଆକୁ ଟାଙ୍ଗିଆ ରେ ହାଣି ହତ୍ୟା କଲା ପୁଅ 🔴 ରାଜଧାନୀରୁ ନିଖୋଜ, ଘଟଗାଁରୁ ମିଳିଲା ମୃତଦେହ! 🔴 ଦେବଭୂମିରେ ପୁଣି ଜଳପ୍ରଳୟ, ୧୩ ମୃତ