Before Header

ଛେନାପୋଡ଼ ଦିବସ, ଜିଆଇ ଟ୍ୟାଗ ମାନ୍ୟତା ଦାବି

0 88

ଭୁବନେଶ୍ଵର (ବଡ଼ ଖବର ବ୍ୟୁରୋ) : ଆଜି ବିଶ୍ୱ ଛେନାପୋଡ଼ ଦିବସ । ନୟାଗଡ଼ ଛେନାପୋଡ଼ର ସ୍ରଷ୍ଟା କୁହାଯାଉଥିବା ସୁଦର୍ଶନ ସାହୁଙ୍କ ଜନ୍ମ ଦିନକୁ ବିଶ୍ୱ ଛେନାପୋଡ଼ ଦିବସ ରୂପେ ପ୍ରତିବର୍ଷ ପାଳନ କରୁଛନ୍ତି ବିଭିନ୍ନ ଅନୁଷ୍ଠାନ । ସ୍ୱେଚ୍ଛାସେବୀ ଅନୁଷ୍ଠାନ ହେଲପିଙ୍ଗହ୍ୟାଣ୍ଡ ପକ୍ଷରୁ ଏପ୍ରିଲ ୧୧କୁ ବିଶ୍ୱ ଛେନାପୋଡ଼ ଦିବସ ଭାବେ ପାଳନ ପାଇଁ ୨୦୨୨ ମସିହାରୁ ଆରମ୍ଭ ହୋଇଛି ଉଦ୍ୟମ । ଚଳିତ ବର୍ଷ ଏହି ଦିବସକୁ ବ୍ୟାପକ ଭାବରେ ପାଳନ କରାଯାଉଛି । ସରକାରୀ ଭାବରେ ଏହାକୁ ପାଳନ ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି କରିଛି । ସରକାରୀ କାର୍ଯ୍ୟାଳୟରେ ଛେନାପୋଡ କେକ୍ କାଟି ପାଳନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ନୟାଗଡ଼ ଜିଲ୍ଲା ଦଶପଲ୍ଲା ସାତପାଟଣାର ମୂଳବାସିନ୍ଦା ହେଉଛନ୍ତି ବିଦ୍ୟାଧର ଓ ସୁଦର୍ଶନ। ଜାତିରେ ଗୁଡ଼ିଆ ହୋଇଥିବାରୁ ମିଠା ପ୍ରସ୍ତୁତି ତଥା ବ୍ୟବସାୟ କରୁଥିଲେ । କେହି କେହି, ସୁଦର୍ଶନଙ୍କ ବାପା ବିଦ୍ୟାଧର ସାହୁ ସ୍ରଷ୍ଟା ବୋଲି କହିଥାନ୍ତି । ନୟାଗଡ଼ ର ଛେନାପୋଡ଼ ଓଡ଼ିଶାକୁ ବିଶ୍ୱ ଦରବାରରେ ଏକ ସ୍ୱତନ୍ତ୍ର ପରିଚୟ ଦେଇଛି । ନୟାଗଡ଼ ଛେନାପୋଡ଼କୁ ଜିଆ ଟ୍ୟାଗ ମାନ୍ୟତା ପାଇଁ ନୟାଗଡ଼ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବେଦନ କରାଯାଇଛି । ନୟାଗଡ଼ ବିଧାୟକ ଅରୁଣ ସାହୁ ମଧ୍ୟ ଛେନାପୋଡ଼କୁ ଭୌଗୋଳିକ ମାନ୍ୟତା ପାଇଁ ଏମଏସଏମଇ ମନ୍ତ୍ରୀଙ୍କୁ ଭେଟି ଦାବି ଜଣାଇଛନ୍ତି । ସେହିପରି ନୟାଗଡ଼ର ମଧୁବୈଶ୍ୟ ସମାଜ ଆଦି ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ନିକଟରେ ଜିଆଇ ଟ୍ୟାଗ ପାଇଁ ଦାବୀ କରାଯାଇଛି ।

Leave A Reply

Your email address will not be published.