ଜଗତସିଂହପୁର (ବଡ଼ ଖବର ବ୍ୟୁରୋ): ଆଦାନୀ ଗ୍ରୁପ ଠକେଇ ମାମଲା । ରାଜରାସ୍ତାରେ କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ । ଆଦାନୀ ଗ୍ରୁପର ସେୟାର ପ୍ରତିଦିନ ହ୍ରାସ ପାଉଥିବା ହିଣ୍ଡେନ୍ବର୍ଗ ରିପୋର୍ଟ ପ୍ରକାଶ ପାଇବା ପରେ ଆଦାନି ଗ୍ରୁପ୍ର ବିଭିନ୍ନ ସଂସ୍ଥାର ନିବେଶକମାନେ ପ୍ରାୟ ୧୦ ଲକ୍ଷ କୋଟି ଟଙ୍କା ହରାଇଲେଣି । ଆଦାନି କଂପାନିର ସେୟାରରେ ୫୮ ପ୍ରତିଶତ ହ୍ରାସ ଘଟିଥିବା ନେଇ କଂଗ୍ରେସ କେନ୍ଦ୍ର ସରକାରକୁ ଘେରିଛି ।
ଯାହାକୁ ନେଇ କେନ୍ଦ୍ର ସରକାର ନିରବ ରହୁଥିବା କଂଗ୍ରେସ କହିଛି । ଏଲଆଇସି ର ୧୯କୋଟି ଜମାକାରୀ, ଓ ଏସବିଆଇ ର ୪୫କୋଟି ଜମାକାରୀଂକ ଅର୍ଥ ସୁରକ୍ଷା ଦାବିରେ କଂଗ୍ରେସ ଆଜି ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରୁଥିବା ବେଳେ ଜଗତସିଂହପୁର ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକଙ୍କ ନେତୃତ୍ୱରେ ଏସବିଆଇ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।