Masthead

ସରିନି ଦଶାହ , ନେତାଙ୍କ ଉପନିର୍ବାଚନ ଚିନ୍ତା

ଭୁବନେଶ୍ୱର(ବଡ଼ ଖବେ ବ୍ୟୁରୋ): ଇଲେକ୍ସନ ଚିନ୍ତା ଏମିତି, ଦଶାହ ମଂଚ ବି ବାଦ୍ ପଡିଲାନି । ନବ ଦାସଙ୍କ ସ୍ମୃତି ସଭାରୁ ବାଇଇଲେକ୍ସନ ବାର୍ତା । ଚର୍ଚ୍ଚାରେ ରାଉରକେଲା ବିଧାୟକ ଶାରଦା ନାୟକଙ୍କ ମନ୍ତବ୍ୟ । ମନ୍ତ୍ରୀ ନବ ଦାସଙ୍କ ଦଶାହ ଅବସରରେ ଝାରସୁଗୁଡା କାଲି ମନ୍ଦିର ରୋଡ଼ ସ୍ଥିତ ରାଉତରାୟ ବଗିଚାରେ ଆୟୋଜିତ ହୋଇଥିଲା ସ୍ମୃତିସଭା । ଅନେକ ବ୍ୟକ୍ତି ଯୋଗଦେଇ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଏହା କୌଣସି ରାଜନୈତିକ ମଂଚ ନ ଥିଲା । କେବଳ ଓ କେବଳ ନବ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବାର ଅବସର ଥିଲା ।

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପରେ ଝାରସୁଗୁଡାରେ ଉପନିର୍ବାଚନ ହେବ । ବିଜୟ ତ ସୁନିଶ୍ଚିତ କିନ୍ତୁ ସେ ବିଜୟର ମାତ୍ରା କେମିତି ଅଧିକ ହେବ ସେ ଦାୟିତ୍ୱ ଆମ ସମସ୍ତଙ୍କର । ଜଣେ ଦିବଂଗତ ମନ୍ତ୍ରୀଙ୍କ ସ୍ମୃତି ସଭାରେ ୟେ ହେଉଛି ବିଧାୟକ ଶାରଦା ନାୟକଙ୍କ ମନ୍ତବ୍ୟ । ତାଙ୍କ ମନ୍ତବ୍ୟ କେଉଁ ସମୟରେ ଓ କେଉଁ ମଂଚରୁ କୁହାଗଲା ତାକୁ ନେଇ ବେଶି ଚର୍ଚ୍ଚା । ଯାହାକୁ ନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ଓ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ନିର୍ବାଚନ ନିଶା ନେତାଙ୍କ ମୁଣ୍ଡରେ । ଦରକାର ବିଜୟର ଗ୍ୟାରେଂଟି । ଖାଲି ବିଜୟ ନୁହେଁ ବିପୁଳ ବିଜୟ । ମଂଚ ଯାହା ବି ହୋଇଥାଉ । ମଂଚ ମିଳିଲା, ମାଇକ ମିଳିଲା ଓ ଯଦି ଶ୍ରୋତା ଅଛନ୍ତି ତେବେ ଖାଲି ଇଲେକ୍ସନର କଥା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା