Masthead

ଆଦାନୀ ଗ୍ରୁପ ଖୁସ୍

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ):ଆଦାନୀ ଗ୍ରୁପକୁ ମିଳିଛି ଖୁସି ଖବର । ଗ୍ରୁପର ସମସ୍ତ ତାଲିକାଭୁକ୍ତ କମ୍ପାନୀ ସେୟାର ମଙ୍ଗଳବାର ୦ ପ୍ରତିଶତକୁ ବୃଦ୍ଦି ପାଇଛି । ଏହା ସହ ବଜାରକ୍ୟାପ ଗୋଟିଏ ଷ୍ଟ୍ରକରେ ୫୧,୦୦୦କୋଟିକୁ ବୃଦ୍ଧି ପାଇଛି । ବିଶେଷଜ୍ଞଙ୍କ କହିବାନୁଯାୟୀ ବର୍ତ୍ତମାନ ଘରୋଇ ନିବେଶକମାନେ ପୁଣିଥରେ ଆଦାନୀ ଗ୍ରୁପ କମ୍ପାନୀ ପ୍ରତି ଆଗ୍ରହ ଦେଖାଉଛନ୍ତି । ଯାଦ୍ୱାରା ଗୋଷ୍ଠୀର ସେୟାରଗୁଡିକ ବୃଦ୍ଧି ପାଇଛି ।

ମଙ୍ଗଳବାର ଆଦାନୀ ଗ୍ରୁପର ବଜାର କ୍ୟାପ୍‌୧୦.୬ ଲକ୍ଷ କୋଟିରେ ପହଞ୍ଚିଛି । ଆଦାନୀ ଗ୍ରୁପ କମ୍ପାନୀ ଗ୍ରୀନ ଏନର୍ଜି ର ସେୟାର ମଙ୍ଗଳବାର ୧୦% ବୃଦ୍ଧି ପାଇଥିବା ବେଳେ ଆଦାନୀ ପାୱାର ଅଂଶ ୯.୩%କୁ ବୃଦ୍ଧି ପାଇଛି । ଗ୍ରୁପର ଫ୍ଲାଗସିପ କମ୍ପାନୀ ଆଦାନୀ ଏଣ୍ଟର ପ୍ରାଇଜେସ ଏହାର ବଜାର ପୁଞ୍ଜିକରଣକୁ ୨.୮୧ ଲକ୍ଷ କୋଟି ଟଙ୍କାକୁ ନେଇ ଦୁଇ ପ୍ରତିଶତ ଲାଭ ପାଇଛି । ସେହିପରି ଅଦାନୀ ଟ୍ରାନ୍ସମିସନର ସ୍କ୍ରିପ୍ଟ ଆଠ ପ୍ରତିଶତ ବୃଦ୍ଦି ପାଇ ପୂର୍ବ ବନ୍ଦ ମୂଲ୍ୟଠାରୁ ୮୩୪.୮୦ ଟଙ୍କା ହୋଇଛି ।

ଏହା ସହ କମ୍ପାନୀର ବଜାର ମୂଲ୍ୟ ଠାରୁ ବର୍ତ୍ତମାନ ୯୩,୧୨୧ କୋଟିକୁ ବୃଦ୍ଧି ପାଇଛି । କମ୍ପାନୀର ବଜାର ପୁଞ୍ଜିକରଣ ୫୪,୧୪୫ କୋଟିକୁ ବୃଦ୍ଧି ପାଇଛି । ଏହାଛଡା ଅଦାନୀଙ୍କ ସିମେଣ୍ଟ ସେକ୍ଟର କମ୍ପାନୀ ଅମ୍ବୁଜା ସିମେଣ୍ଟ ମଧ୍ୟ ୪.୧୦ ପ୍ରତିଶତକୁ ବୃଦ୍ଧି ପାଇଛି । ଏହା ସହ ଏସିସି ସେୟାର ୪.୮୩ ପ୍ରତିଶତ ବୃଦ୍ଧି ପାଇଛି ଏବଂ କମ୍ପାନୀ ମୂଲ୍ୟ ୩୫, ୫୨୮କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ