‘ଆରଜେଡି କୌଣସି ବଡ଼ ଦଳ ନୁହେଁ’

ନୁଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଜନ ସୁରଜ ସଂଯୋଜକ ପ୍ରଶାନ୍ତ କିଶୋର ବିଗତ ଦିନରେ ନିଜର ମନ୍ତ୍ୟବ୍ୟକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି। ସେ କହିଛନ୍ତି ରାଷ୍ଟ୍ରୀୟ ଜନତା ଦଳ କୌଣସି ବଡ଼ ଦଳ ନୁହେଁ। ଏମିତି ଅନେକ ଦଳ ଦେଶରେ ଅଛନ୍ତି । ଏହି ବୟାନର ଉଦ୍ଦେଶ୍ୟ ଯାହା ବି ହେଉ ନା କାହିଁକି ଏହା କିନ୍ତୁ ବିଜେପି ପାଇଁ ଏକ ମଉକା ।

ବିଜେପି ନାଁ ନନେଇ ଏହାକୁ ଅସ୍ତ୍ର ଭାବେ ବ୍ୟବହାର କରିପାରେ। ମାତ୍ର ଏମତି ଅନେକ ଆରୋପ ପ୍ରଶାନ୍ତ କିଶୋରଙ୍କ ପାଇଁ ମାମୁଲି କଥା। ନୀତିଶ କୁମାର ବି କହିଛନ୍ତି ଅମିତ୍ ଶାହାଙ୍କ ନିର୍ଦ୍ଦେଶରେ ହିଁ ପ୍ରଶାନ୍ତ କିଶୋରଙ୍କୁ ଜେଡିୟୁରେ ବଡ଼ ପଦବୀ ମିଳିଛି।

ନିର୍ବାଚନ ରଣନୀତିକର ତଥା ଜନସୂରଜର ସଂଯୋଜକ ପ୍ରଶାନ୍ତ କିଶୋର ଆରଜେଡିକୁ ତୁଚ୍ଛ କହିଛନ୍ତି। ତାଙ୍କ ଅନୁସାରେ ଆରଜେଡି ଲୋକସଭାର ୫୪୩ ସାଂସଦଙ୍କ ଭିତରେ ସବୁଠୁ ତଳେ, ଯାହାର ସ୍ଥିତି ଶୂନ୍ୟ । ୨୦୨୦ ନିର୍ବାଚନରେ ତାଙ୍କୁ ୨୦ ରୁ ୩୦ ଅଧିକ ସିଟ ମିଳିଗଲା । ତାହାର ଅର୍ଥ ନୁହେଁ କି ଆରଜେଡି ଗୋଟେ ପ୍ରମୁଖ ଦଳ । ଯଦି ତାଙ୍କର ଦବଦବା ସେତିକି ବିହାରରେ ଥାଆନ୍ତା ତାହେଲେ ଆଜି ଲୋକସଭାରେ ସାଂସଦ ସଂଖ୍ୟା ଶୂନ୍ୟ ହେଇନଥନ୍ତା ।

 

 

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’