Masthead

ଚାକିରିରୁ ବହିଷ୍କାର ହେଲେ ଅତିରିକ୍ତ ଉପଜିଲ୍ଲାପାଳ

ନବରଙ୍ଗପୁର(ବଡ଼ ଖବର ବ୍ୟୁରୋ) :ଚାକିରିରୁ ବହିଷ୍କାର ହେଲେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ପ୍ରଶାନ୍ତ ରାଉତ । ତାଙ୍କୁ ଚାକିିରିରୁ ବାଧ୍ୟତା ମୂଳକ ଅବସର ଦେଇଛନ୍ତି ରାଜ୍ୟ ସରକାର । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିଲେ ପ୍ରଶାନ୍ତ । ଆୟଠାରୁ ପ୍ରାୟ ୫୦୦ ପ୍ରତିଶତରୁ ଅଧିକ ସମ୍ପତ୍ତି ଠାବ କରିଛି ଭିଜିଲାନ୍ସ । ୨୭ ବର୍ଷର ଚାକିରି କାଳରେ କୋଟି କୋଟି ଟଙ୍କା ଜମା କରିଥିଲେ ପ୍ରଶାନ୍ତ ରାଉତ । ମୋଟ ୫ କୋଟି ୨୧ ଲକ୍ଷରୁ ଅଧିକ ସ୍ଥାବର ଅସ୍ଥାବର ସମ୍ପତ୍ତି, ଘରୁ ମିଳିଥିଲା ନଗଦ ୩ କୋଟି କ୍ୟାସ୍ ।

ଭୁବନେଶ୍ୱର ଓ କଟକରେ ୪ଟି ପ୍ଲଟ ରହିଥିବାବେଳେ ଉମରକୋଟରେ ମଧ୍ୟ ଗୋଟିଏ ବେନାମୀ ପ୍ଲଟ ରହିଛି । ସେହିପରି ଦୁଇଟ ବେନାମୀ ଆକାଉଣ୍ଟ ଖୋଲି ଲାଞ୍ଚ ନେଉଥିଲେ ପ୍ରଶାନ୍ତ । ୧୯୯୬ ଜୁଲାଇ ୧ରୁ ସେ ଓଏଏସ୍ ଭାବରେ ଚାକିରି ଜୀବନ ଆରମ୍ଭ କରିଥିଲେ । ସୁନ୍ଦରଗଡ ଜିଲ୍ଲାରେ ବିଡିଓ ଥିବା ବେଳେ ୨୦୧୮ ନଭେମ୍ବର ୬ରେ ଭିଜିଲାନ୍ସ ଜାଲରେ ପଡିଥିଲେ । ସେହିଦିନଠାରୁ ୨୦୨୦ ଜାନୁୟାରୀ ୧୮ ଯାଏଁ ନିଲମ୍ବିତ ହୋଇଥିଲେ । ଏହାପରେ ନବରଙ୍ଗପୁର ଅତିରିକ୍ତ ଉପଜିଲ୍ଲାପାଳ ଭାବେ ଅବସ୍ଥାପିତ ହୋଇଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ