Masthead

ନିର୍ବାଚନ ସରିଛି ଦୟାକରି ମୋ ଇସ୍ତଫା ଗ୍ରହଣ କରନ୍ତୁ: ଅଧୀର ରଞ୍ଜନ ଚୌଧୁରୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ନିର୍ବାଚନ ସରିଛି ଦୟାକରି ମୋ ଇସ୍ତଫା ଗ୍ରହଣ କରନ୍ତୁ । ଏଭଳି କହିଛନ୍ତି ପଶ୍ଚିମବଙ୍ଗ କଂଗ୍ରେସ ସଭାପତି ଅଧୀର ରଞ୍ଜନ ଚୌଧୁରୀ । ସେ ଦଳର ହାଇ କମାଣ୍ଡଙ୍କୁ ଇସ୍ତଫା ପତ୍ର ପଠାଇଛନ୍ତି। ଇସ୍ତଫାରେ ସେ କହିଛନ୍ତି, ମମତା ବାନାର୍ଜୀଙ୍କ ସହ ମେଣ୍ଟ ପାର୍ଟି ଆଲୋଚନା କରୁଥିବାବେଳେ ମୁଁ ଇସ୍ତଫା ଦେଇଥିଲି, କିନ୍ତୁ ମୋତେ ଅଟକାଇ ଦିଆଯାଇଥିଲା। ବର୍ତ୍ତମାନ ନିର୍ବାଚନ ସରିଛି ଦୟାକରି ମୋର ଇସ୍ତଫା ଗ୍ରହଣ କରନ୍ତୁ ବୋଲି ସେ କହିଛନ୍ତି। ତେବେ ଚୂଡ଼ାନ୍ତ ନିଷ୍ପତ୍ତି ନ ହେବା ପର୍ୟ୍ୟନ୍ତ ହାଇକମାଣ୍ଡ ତାଙ୍କୁ ଏହି ପଦରେ ରହିବାକୁ କହିଛନ୍ତି।

୨୦୧୯ରୁ ୨୦୧୪ପର୍ୟ୍ୟନ୍ତ ସେ ଲୋକ ସଭାରେ କଂଗ୍ରେସର ବିରୋଧୀ ଦଳ ନେତା ଥିଲେ। ଚଳିତ ନିର୍ବାଚନରେ ସେ ପଶ୍ଚିମବଙ୍ଗର ବହରମପୁରରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। କିନ୍ତୁ ଟିଏମସି ନେତା ତଥା କ୍ରିକେଟର ୟୁସୁଫ ପଠାନ ତାଙ୍କୁ ୮୦ ହଜାରରୁ ଅଧିକ ଭୋଟରେ ପରାସ୍ତ କରି ବିଜୟୀ ହୋଇଥିଲେ। ଏହି ନିର୍ବାଚନରେ ୟୁସୁଫ ପଠାନ ୫,୨୪,୫୧୬ ଭୋଟ ପାଇଥିବାବେଳେ ଆଧୀର ରଞ୍ଜନ ଚୌଧରୀ ୪,୩୯,୪୯୪ ଭୋଟ ପାଇଛନ୍ତି। ପଶ୍ଚିମବଙ୍ଗ ରାଜନୀତିରେ ଆଧୀର ଚୌଧୁରୀ ଏକ ବଡ ଚେହେରା। ଏହା କେବଳ ଆଜିର କଥା ନୁହେଁ, ସେ ବିରୋଧୀ ଦଳର ନେତା ଭାବରେ ପଶ୍ଚିମବଙ୍ଗର ମମତା ସରକାରଙ୍କ ସହ ବର୍ଷ ବର୍ଷ ଧରି ଲଢୁଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ