Masthead

ସୂର୍ଯ୍ୟ ସହ ସେଲଫି ଉଠାଇଲା ଆଦିତ୍ୟ ଏଲ-୧

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୂର୍ଯ୍ୟଙ୍କ ପ୍ରଥମ ସମ୍ପୂର୍ଣ୍ଣ ଫଟୋ ଉଠାଇଲା ଆଦିତ୍ୟ ଏଲ-୧ । ଏହି ଫଟୋ ୨୦୦ରୁ ୪୦୦ ନାନୋମିଟର ଓ୍ବେଭ୍‌ଲେଙ୍ଗଥକୁ କଭର କରିଛି। ସୂର୍ଯ୍ୟର ଏହି ଚିତ୍ର ଅଲଟ୍ରା-ଭାଓଲେଟ୍ ୱେଭ-ଲେନ୍ଥ ନିକଟରେ ଏହି ଫଟୋ ଉଠାଯାଇଛି । ସୋସିଆଲ୍ ମିଡିଆ ‘ଏକ୍ସ’ରେ ଫଟୋ ଅପ୍ଲୋଡ୍ କରିବା ସହ ଏ ନେଇ ସୂଚନା ଦେଇଛି ଇସ୍ରୋ । ଫଟୋ ଉତ୍ତୋଳନ ପାଇଁ ବ୍ୟବହାର କରାଯାଇଥିବା ଟେଲିସ୍କୋପ୍‌ରେ ସୂର୍ଯ୍ୟ ଉପରିଭାଗର ସବିଶେଷ ଦୃଶ୍ୟ ଆସିବା ପାଇଁ ୧୧ଟି ଭିନ୍ନ ଭିନ୍ନ ଫିଲ୍ଟର ବ୍ୟବହାର କରାଯାଇଥିଲା।

ଉକ୍ତ ଫଟୋରୁ ସନ୍‌ସ୍ପଟ୍‌ ଆଦି ବିଭିନ୍ନ ବୈଶିଷ୍ଟ୍ୟ ଜଣାପଡ଼ିଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ଆଦିତ୍ୟ-ଏଲ୍‌୧ ମହାକାଶ ଯାନରେ ଲାଗିଥିବା ସୋଲାର ଅଲ୍‌ଟ୍ରାଭାଇଲେଟ୍‌ ଇମେଜିଂ ଟେଲିସ୍କୋପ୍‌ (ଏସ୍‌ୟୁଆଇଟି) ଅଲ୍‌ଟ୍ରାଭାଓଲେଟ୍‌ ଓ୍ବେଭ୍‌ଲେଙ୍ଗ୍‌ଥ ନିକଟରେ ସୂର୍ଯ୍ୟଙ୍କ ପ୍ରଥମ ପୂର୍ଣ୍ଣ ଡିସ୍କ ଫଟୋ ଉତ୍ତୋଳନ କରିଥିବାରୁ ଏହା ଏକ ଉଲ୍ଲେଖନୀୟ ସଫଳତା ବୋଲି ଶୁକ୍ରବାର ଘୋଷଣା କରାଯାଇଛି। ସୂର୍ଯ୍ୟର ଫଟୋସ୍ପିୟର ଏବଂ କ୍ରୋମୋସ୍ପିୟର ମଧ୍ୟରେ ଥିବା ଅଭୂତପୂର୍ବ ଦୃଶ୍ୟ ସହ ଏହାର ଠିକ୍‌ ଉପରକୁ ଥିବା ସ୍ବଚ୍ଛ ସ୍ତରକୁ ଫଟୋରେ ଅଣାଯାଇପାରିଛି।

ସନ୍‌ସ୍ପଟ୍‌, ସୌରପୃଷ୍ଠରେ ବିଦ୍ୟୁତ୍‌ ଚୁମ୍ବକୀୟ ଝଡ଼ ଆଦି ସୂର୍ଯ୍ୟରେ ଘଟୁଥିବା ଘଟଣା ଓ ମହାକାଶ ପାଗ ତଥା ପୃଥିବୀର ଜଳବାୟୁ ଉପରେ ଏହାର ପ୍ରଭାବ ସମ୍ପର୍କରେ ବୁଝିବାରେ ଉକ୍ତ ସ୍ତର ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ସେପ୍ଟେମ୍ବର ୨ ତାରିଖରେ ଆଦିତ୍ୟ ଏଲ୍-ୱାନ ମହାକାଶ ଯାନ ଶ୍ରୀହରିକୋଟାର ସତୀଶ ଧାବନ ମହାକାଶ କେନ୍ଦ୍ରରୁ ଉତକ୍ଷେପଣ କରାଯାଇଥିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍! 🔴 ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ଗୁଳିମାଡ଼ 🔴 ୪୪ ଡିଗ୍ରୀ ଛୁଇଁପାରେ ତାତି 🔴 ଭକ୍ତଙ୍କ ପାଇଁ ଲଞ୍ଚ ହେଲା ‘ଶ୍ରୀ ଜଗନ୍ନାଥ ଧାମ୍’ ଆପ୍ 🔴 ୟୁକ୍ରେନ ଉପରେ ଋଷର ଡ୍ରୋନ-କ୍ଷେପଣାସ୍ତ୍ର ମାଡ଼ 🔴 ଛତିଶଗଡରେ ୭ ମାଓବାଦୀଙ୍କ ମୃତଦେହ ଉଦ୍ଧାର 🔴 ବକ୍ସ ଅଫିସରେ ଧମାଲ, ୨ୟ ଦିନରେ ୪୦କୋଟି ଇନକମ୍ 🔴 ପାଣି ପାଇଁ ଚିନ୍ତାରେ ପାକିସ୍ତାନ, ଭାରତକୁ ୪ଥର ଲେଖିଲାଣି ଚିଠି 🔴 ପ୍ରଭାତିଙ୍କୁ ସମୀରଙ୍କ ଖୋଲା ଚ୍ୟାଲେଞ୍ଜ 🔴 ପୁଣି ୧୦୦ କେଜି ଲୁଟ୍ ବିସ୍ଫୋରକ ଜବତ 🔴 ୧୨ନୁହେଁ ୨୦ରେ ଆସିବେ ପିଏମ୍!