Masthead

ମୋ ବହିଷ୍କାର ସେମାନଙ୍କ ଶେଷର ଆରମ୍ଭ: ମହୁଆ ମୌଇତ୍ର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): କ୍ୟାସ୍ ଫର କ୍ୱେରି ମାମଲାରେ ଏଥିକ୍ସ କମିଟି ରିପୋର୍ଟ ପରେ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୌଇତ୍ରଙ୍କ ସଂସଦ ସଦସ୍ୟତ ରଦ୍ଦ କରାଯାଇଛି। ମହୁଆଙ୍କ ବହିଷ୍କାର ପରେ କଂଗ୍ରେସ ସାଂସଦ ଶଶି ଥରୁର ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତା ୨୦୨୪ ରେ ହେବାକୁ ଥିବା ନିର୍ବାଚନରେ ମହୁଆ ଦୁଇଗୁଣ ଭୋଟ୍ ସହିତ ଜିତିବେ। ଇଣ୍ଡିଆ ମେଣ୍ଟ ତାଙ୍କ ସହ ଅଛି ।

ଶୁକ୍ରବାର ଲୋକସଭାରେ ଆଲୋଚନା ପରେ ମହୁଆ ମୌଇତ୍ରଙ୍କୁ ବହିଷ୍କାର କରାଯାଇଥିଲା। ମହୁଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚେୟାରମ୍ୟାନ୍ ଓମ୍ ବିର୍ଲା କହିଛନ୍ତି ଗୃହର ସମ୍ମାନ ରକ୍ଷା କରିବା ପାଇଁ ବେଳେବେଳେ କଠିନ ନିଷ୍ପତ୍ତି ନିଆଯାଏ। ତାଙ୍କ ବହିଷ୍କାର ପରେ ବିରୋଧୀ ସାଂସଦମାନଙ୍କ ସହ ବାହାରକୁ ଯାଉଥିବାବେଳେ ମହୁଆ ଗଣମାଧ୍ୟମକୁ କହିଛନ୍ତି ଯେ ମୋର ବହିଷ୍କାର ହେଉଛି ସେମାନଙ୍କର ଶେଷର ଆରମ୍ଭ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’