Masthead

ସହାୟତା ଅପେକ୍ଷାରେ ଶିବଶଙ୍କର

ପାରାଦ୍ୱୀପ (ବଡ଼ ଖବର ବ୍ୟୁରୋ): ପାରାଦ୍ୱୀପ ଅଠରବାଙ୍କି ଗୋପିନାଥ କଲୋନୀରେ ବାସ କରନ୍ତି ଶିବଶଙ୍କର ନାୟକ । ପରିବାର କହିଲେ ପତ୍ନୀ ଓ ଦୁଇ ପୁଅ ଝିଅ । ଅଭାବ ଅନଟନରେ ଚଳୁଛନ୍ତି ଶିବଶଙ୍କରଙ୍କ ପରିବାର । ସେପଟେ ଅଜଣା ରୋଗରେ ପୀଡ଼ିତ ପୁଅ ଝିଅ । ଜନ୍ମର ୩ବର୍ଷ ପରଠୁ ଅଜଣା ରୋଗରେ ପୀଡ଼ିତ ହୋଇଛନ୍ତି ଶିବଶଙ୍କରଙ୍କ ପୁଅ ଝିଅ । ରୋଗ ସମ୍ପର୍କରେ ଡାକ୍ତରୀ ପରାମର୍ଶ ନେଇଥିଲେ ବାପା ।

ଡାକ୍ତର ଚିକିତ୍ସା ପାଇଁ ଆମେରିକା ନେବା ପାଇଁ ପରାମର୍ଶ ଦେଇଥିଲେ । ଶିବଶଙ୍କର ସମସ୍ତ ସଞ୍ଚିତ ଅର୍ଥ ଖର୍ଚ୍ଚ କରିସାରିବାପରେ ଏବେ ଅସହାୟ ହୋଇପଡିଛନ୍ତି । ପୁଅ ଝିଅ ଶେଯରୁ ଉଠିବା ପାଇଁ ଅକ୍ଷମ ହୋଇଥିଲେ ମଧ୍ୟ ଭଲ ପାଠ ପଢୁଛନ୍ତି । ଏବେ  ସରକାରୀ ସହାୟତା ଲୋଡିଛନ୍ତ ବାପା ଶିବଶଙ୍କର ଓ ମା ନିରୁପମା । ଝିଅ ମାମୁନି ଏବଂ ପୁଅ ସାନୁ ମଧ୍ୟ ସହାୟତା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା