Masthead

ଚନ୍ଦ୍ର ପରେ ମିଶନ ସୂର୍ଯ୍ୟ: ସୂର୍ଯ୍ୟଙ୍କ ଗତିବିଧୀ ଉପରେ ନଜର ରଖିବ ଆଦିତ୍ୟ ଏଲ-୧

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ):ଚନ୍ଦ୍ର ପରେ ମିଶନ ସୂର୍ଯ୍ୟ । ମହାକାଶକୁ ଯିବ ଆଦିତ୍ୟ ଏଲ-୧ । ସେପ୍ଟେମ୍ବର ୨ରେ ସୋଲାର ମିଶନ ଲଂଚ ହେବ । ଆନ୍ଧ୍ର ଶ୍ରୀହରି କୋଟା ଲଂଚ ପ୍ୟାଡରୁ ଉତକ୍ଷେପଣ କରାଯିବ । ସୂର୍ଯ୍ୟଙ୍କ ଗତିବିଧୀ ଉପରେ ନଜର ରଖିବ ଆଦିତ୍ୟ ଏଲ-୧ । ଏହା ଭାରତର ପ୍ରଥମ ସୌର ଅଧ୍ୟୟନ ମିଶନ । ସୌରମଣ୍ଡଳର ଏକମାତ୍ର ତଥା ସର୍ବାଧିକ ଉତପ୍ତ ନକ୍ଷେତ୍ର ସୂର୍ଯ୍ୟ ସମ୍ପର୍କରେ ଏହି ମିଶନରେ ଅଧ୍ୟୟନ କରାଯିବ । ପୂର୍ବରୁ ଭାରତ ଏକାଧିକ ଉପଗ୍ରହ ପୃଥିବୀ ଓ ଚନ୍ଦ୍ର କକ୍ଷପଥକୁ ସଫଳତାର ସହ ପ୍ରେରଣ କରି ଅବସ୍ଥାପିତ କରିଛି । ସେହିପରି ଚନ୍ଦ୍ର ଅଧ୍ୟୟନ ପାଇଁ ଚନ୍ଦ୍ରାୟନ ସିରିଜ ମଧ୍ୟ ଜାରି ରଖିଛି ଇସ୍ରୋ ।

୨୦୧୯ ରେ ବିଫଳ ହେବା ପରେ ୨୦୨୩ ରେ ସଫଳତାର ସହ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବାର ୪ର୍ଥ ରାଷ୍ଟ୍ର ଭାବେ ସ୍ଥାନ ପାଇଛି ଭାରତ । ହେଲେ ସୂର୍ଯ୍ୟ ଅଧ୍ୟୟନରେ ଏହା ଦେଶର ପ୍ରଥମ ମିଶନ ହେବାକୁ ଯାଉଛି । ଯଦି ସମସ୍ତ ପ୍ରକ୍ରିୟା ସଠିକ ସମୟରେ ଶେଷ ହୁଏ, ତେବେ ସେପ୍ଟମ୍ବର ୨ ତାରିଖରେ ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟାରୁ ଏହାକୁ ଉତକ୍ଷେପଣ ହେବ । ପୂର୍ବରୁ ଇସ୍ରୋ ମୁଖ୍ୟ ଏସ.ସୋମନାଥ ଏନେଇ ସୂଚନା ଦେଇସାରିଥିବା ବେଳେ ଏବେ ତାରିଖ ମଧ୍ୟ ସାମ୍ନାକୁ ଆସିଛି । ପୂର୍ବରୁ ୩ଟି ବିକଶିତ ଦେଶ ଆମେରିକା, ଋଷ ଓ ଚୀନ ଚନ୍ଦ୍ରର ବିଷୁବମଣ୍ଡଳୀୟ ଓ ଅନ୍ୟ କ୍ଷେତ୍ରରେ ପହଞ୍ଚି ସାରିଥିବା ବେଳେ ଏହି ତାଲିକାରେ ୪ର୍ଥ ସ୍ଥାନରେ ଭାରତର ନାମ ଯୋଡି ହୋଇଛି । ଏହା ସହ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିବା ପ୍ରଥମ ଦେଶ ହେଉଛି ଭାରତ । ଦକ୍ଷିଣ ମେରୁରେ ଜଳ ଓ ଜୀବନ ସତ୍ତା ସମ୍ଭାବନା ଅଧିକ ରହିଥିବା କାରଣରୁ ଇସ୍ରୋର ଉପଲବ୍ଧି ଉପରେ ସମଗ୍ର ବିଶ୍ବର ନଜର ରହିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 କଂଗ୍ରେସକୁ ଫିନିସ୍‌ କରିବାକୁ ବିଜେଡି ସବୁବେଳେ ଷଡ଼ଯନ୍ତ୍ରରେ ରହିଛି: ସୋଫିଆ ଫିର୍ଦ୍ଦୋଷ 🔴 ବିଜେପି ଘୋଡ଼ା ବେପାର କରୁଛି: ନବୀନ ପଟ୍ଟନାୟକ 🔴 ରୋଗୀଙ୍କୁ ଲାତ, ଗୋଇଠା ମାରିଲେ ମହିଳା ଡାକ୍ତର 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ