Masthead

ଦୋଷ ନଥାଇ ନିଲମ୍ବିତ କରିଛ ପସ୍ତାଇବ: ଜୟନାରାୟଣ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଡାଲି ଫିଙ୍ଗା ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ହଟ୍ଟଚମଟ । ନିଲମ୍ବନ ବିରୋଧରେ ଜୋରଦାର ଲଢିବ ବିଜେପି । ନିଲମ୍ବନକୁ ନେଇ କଡ଼ା ଜବାବ ଦେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । କହିଲେ ଡାଲି ଭଲ ଲାଗେ ଡାଲି ଦେଇ ନ୍ୟାୟ ମାଗିଲୁ, ଦୋଷ ନଥାଇ ନିଲମ୍ବିତ କରିଛ ପସ୍ତାଇବ । ଗୃହକୁ ମ୍ୟାନେଜ କରୁଛି ଶାସକ ଦଳ । ଅନେକଙ୍କୁ ମ୍ୟାନେଜ କରୁଛନ୍ତି ବୋଲି ଭାବୁଛନ୍ତି ଜୟନାରାୟଣ ମିଶ୍ରଙ୍କୁ ମ୍ୟାନେଜ କରିନେବେ ।

ତାହା ସମ୍ଭବ ନୁହେଁ । ବାଚସ୍ପତି ବାଚସ୍ପତି ପଦ ପାଇଁ ଯୋଗ୍ୟ ନୁହଁନ୍ତି । ସ୍ପିକରଙ୍କୁ ବିଧାନସଭାର ବିଧି ବ୍ୟବସ୍ଥା ଜଣାନାହିଁ । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହିଳା ବିରୋଧୀ କହିଛନ୍ତି । ସେ କହିଛନ୍ତି ପୂର୍ବରୁ ଜଣେ ମହିଳାଙ୍କୁ ତାଙ୍କ ଦଳ ରାଜରାସ୍ତାରେ ବାଡେଇ ବାଡେଇ ନେଇଥିଲା । ସୂଚନା ଅନୁସାରେ ଗତକାଲି ବାଚସ୍ପତିଙ୍କ ଉପରକୁ ଡାଲି ଫିଙ୍ଗା ଅଭିଯୋଗରେ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗଙ୍କୁ ନିଲମ୍ବିତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି 🔴 କଟିବ ହିତାଧିକାରିଙ୍କ ରାସନ କାର୍ଡ 🔴 ସୁଧୁରିବାରେ ଲାଗିଛି ଭାରତ-ଚୀନ ସମ୍ପର୍କ 🔴 ଗଣତନ୍ତ୍ରର ସବୁଠାରୁ ବଡ଼ ମନ୍ଦିରରେ AI 🔴 ମହାକାଶରୁ ଫେରିଲେ ଶୁଭ୍ରାଂଶୁ ଶୁକ୍ଳା 🔴 ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ, ପରିବାରକୁ ୨୦ ଲକ୍ଷର ସହାୟତା ଘୋଷଣା 🔴 ୧୭ ତାରିଖରେ ଓଡ଼ିଶା ବନ୍ଦ ଡାକରା 🔴 ଜୀବନ ଯୁଦ୍ଧରେ ହାରିଗଲେ ସୌମ୍ୟାଶ୍ରୀ 🔴 ପରିବା ମାର୍କେଟରେ ଲାଗିଲା ନିଆଁ 🔴 ଜୀବିତ ରୋଗୀକୁ ମାରିଦେଲା ଘରୋଇ ହସ୍ପିଟାଲ 🔴 ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ ଘଟଣା, ତଦନ୍ତ କରି ଫେରିଲେ ତିନିଜଣିଆ କମିଟି