Masthead

ଦୋଷ ନଥାଇ ନିଲମ୍ବିତ କରିଛ ପସ୍ତାଇବ: ଜୟନାରାୟଣ ମିଶ୍ର

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଡାଲି ଫିଙ୍ଗା ଘଟଣାକୁ ନେଇ ରାଜ୍ୟ ରାଜନୀତିରେ ହଟ୍ଟଚମଟ । ନିଲମ୍ବନ ବିରୋଧରେ ଜୋରଦାର ଲଢିବ ବିଜେପି । ନିଲମ୍ବନକୁ ନେଇ କଡ଼ା ଜବାବ ଦେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର । କହିଲେ ଡାଲି ଭଲ ଲାଗେ ଡାଲି ଦେଇ ନ୍ୟାୟ ମାଗିଲୁ, ଦୋଷ ନଥାଇ ନିଲମ୍ବିତ କରିଛ ପସ୍ତାଇବ । ଗୃହକୁ ମ୍ୟାନେଜ କରୁଛି ଶାସକ ଦଳ । ଅନେକଙ୍କୁ ମ୍ୟାନେଜ କରୁଛନ୍ତି ବୋଲି ଭାବୁଛନ୍ତି ଜୟନାରାୟଣ ମିଶ୍ରଙ୍କୁ ମ୍ୟାନେଜ କରିନେବେ ।

ତାହା ସମ୍ଭବ ନୁହେଁ । ବାଚସ୍ପତି ବାଚସ୍ପତି ପଦ ପାଇଁ ଯୋଗ୍ୟ ନୁହଁନ୍ତି । ସ୍ପିକରଙ୍କୁ ବିଧାନସଭାର ବିଧି ବ୍ୟବସ୍ଥା ଜଣାନାହିଁ । ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମହିଳା ବିରୋଧୀ କହିଛନ୍ତି । ସେ କହିଛନ୍ତି ପୂର୍ବରୁ ଜଣେ ମହିଳାଙ୍କୁ ତାଙ୍କ ଦଳ ରାଜରାସ୍ତାରେ ବାଡେଇ ବାଡେଇ ନେଇଥିଲା । ସୂଚନା ଅନୁସାରେ ଗତକାଲି ବାଚସ୍ପତିଙ୍କ ଉପରକୁ ଡାଲି ଫିଙ୍ଗା ଅଭିଯୋଗରେ ମୋହନ ମାଝୀ ଏବଂ ମୁକେଶ ମହାଲିଙ୍ଗଙ୍କୁ ନିଲମ୍ବିତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା