Masthead

ମାଉଜର ପାଇଁ ଗଡିଲା ମୁଣ୍ଡ

କଣ୍ଟାମାଳ, (ବଡ଼ ଖବର ବ୍ୟୁରୋ): ବୌଦ୍ଧର ମୋବାଇଲ ଦୋକାନୀ ରାଜା ନିଖୋଜ ଘଟଣାରୁ ଉଠିଲା ପରଦା । ଗତ ୧୧ ତାରିଖ ଠାରୁ ମୋବାଇଲ ଦୋକାନୀ ରାଜା ଓରଫ ପ୍ରମୋଦ ପ୍ରସାଦ ନିଖୋଜଥିଲେ । ତେବେ ମାଉଜର କାରବାର ପାଇଁ ରାଜାଙ୍କୁ ହତ୍ୟା କରାଯାଇଛି ବୋଲି କହିଛନ୍ତି ବୌଦ୍ଧ ଏସପି ଭି. ରଘୁନାଥ । ବୁଧବାର ଏକ ସାମ୍ବାଦିକ ସମ୍ମିଳନୀରେ ରାଜା ହତ୍ୟାକାଣ୍ଡ ମାମଲାରୁ ପରଦା ହଟାଇଛି ବୌଦ୍ଧ ପୋଲିସ । ଏହି ମାମଲାରେ ବୌଦ୍ଧ ସହର ପୋଡାପଡା ସାହିର ମିଲନ ପାତ୍ର ଓ ଅଭିଷେକ ସାହାଣୀ ନାମକ ଦୁଇ ଯୁବକଙ୍କୁ ଗିରଫ କରିଛି ପୋଲିସ ।

ମାଉଜର କାରବାର ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା କହିଛି ପୋଲିସ । ପୋଲିସ କହିଛି କି ଅଭିଯୁକ୍ତ ମିଲନକୁ ଗୋଟିଏ ମାଉଜର ଯୋଗାଇଦେବା ପାଇଁ ରାଜା ୩୫ହଜାର ଟଙ୍କା ନେଇଥିଲା । କିନ୍ତୁ ଦିର୍ଘ ଦିନ ଧରି ମିଲନକୁ ମାଉଜର ଦେଇନଥିଲା କି ଟଙ୍କା ମଧ୍ୟ ଫେରାଇ ନଥିଲା । ଏହି ଘଟଣାରେ ମିଲନ ରାଜାକୁ ହତ୍ୟା କରିବା ପ୍ରସ୍ଥୁତ କରିଥିଲା ବ୍ଲୁ ପ୍ରିଣ୍ଟ । ଗତ ୧୧ତାରିଖ ସନ୍ଧ୍ୟାରେ ରାଜାକୁ ଫୋନ କରି ପୋଡାପଡା ଠାରେ ଥିବା ନିଜ ଜିମକୁୁ ଡାକିଥିଲା ମିଲନ । ଜିମର ଉପର ମହଲାରେ କଥାବାର୍ତ୍ତା ହେବା ଆଳରେ ରାଜାର ପେଟକୁ ପ୍ରଥମେ ଛୁରୀ ଭୁଷି ଥିଲା ଅଭିଷେକ । ପରେ ମିଲନ ରାଜାର ତଣ୍ଟି ଚିପି ହତ୍ୟା କରିଥିବା ନେଇ ସୂଚନା ଦେଇଛନ୍ତି ବୌଦ୍ଧ ଏସପି । ବିଳମ୍ବିତ ରାତିରେ ମିଲନ ଓ ଅଭିଷେକ ମିଶି ରାଜାର ମୃତଦେହକୁ ନଦୀ ପଠାରେ ପେଟ୍ରୋଲ ଓ କାଠ ସାହାଯ୍ୟରେ ପୋଡିବା ପରେ ଅର୍ଦ୍ଧଦଗ୍ଧ ଅବସ୍ଥାରେ ନଦୀରେ ଭଷାଇ ଦେଇଥିଲେ । କିଛି ବାଟ ଭାଷିବା ପରେ ଶବଟି ହନୁମାନ ମନ୍ଦିର ଘାଟ ନିକଟରେ ଲାଗିଥିବା ବୋଲି ସୂଚନା ଦେଇଛନ୍ତି ବୌଦ୍ଧ ଏସପି । ଗିରଫ ପରେ ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ବାଇକ, ହତ୍ୟାକାଣ୍ଡରେ ବ୍ୟବହୃତ ଛୁରୀକୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ