Masthead

ଏବେ ବି ଏମ୍ସରେ ପଡ଼ିରହିଛି ୮୧ ମୃତଦେହ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ମନରୁ ଲିଭୁନି ବାହାନଗା ଦୁର୍ଘଟଣା ଦୃଶ୍ୟ । ଶହ ଶହ ମୃତଦେହ ସାଙ୍ଗକୁ ହଜାରେରୁ ଅଧିକ ଯାତ୍ରୀଙ୍କ ଆହତ ଦୃଶ୍ୟ ସମସ୍ତଙ୍କୁ ଚକିତ କରିଦେଇଛି । ଏବେ ବି ଏମ୍ସରେ ପଡ଼ିରହିଛି ମୃତଦେହ । ବାହାନୁ ବାହୁନି କାନ୍ଦୁଛନ୍ତି ସଂପର୍କୀୟ । ୮୧ ଜଣଙ୍କ ମୃତଦେହ ଏବେ ବି ଏମ୍ସରେ ପଡ଼ିରହିଛି । ଯେଉଁ ମୃତଦେହର ଦାବିଦାର ନ ଆସିବେ, ସେସବୁ ସମ୍ମାନର ସହ ବୈଜ୍ଞାନିକ ପଦ୍ଧତିରେ ସକ୍ରାର କରିଦିଆଯିବ । ଭୁବନେଶ୍ୱର ଏମସରେ ଏବେ ବି ୮୧ ମୃତଦେହ ପଡିରହିଛି । ଶବ ହସ୍ତାନ୍ତର ପାଇଁ ଡିଏନଏ ଟେଷ୍ଟ କରାଯାଇଛି । ଡିଏନଏ ଟେଷ୍ଟ ପାଇଁ ୭୦ ଲୋକଙ୍କଠାରୁ ରକ୍ତ ନମୁନା ନିଆଯାଇଛି ।

ମୃତଦେହ ପାଇଁ ଏକାଧିକ ଦାବିଦାର ଥିବାରୁ ଡିଏନଏ ମ୍ୟାଚିଂ ହେବାରେ ବିଳମ୍ବ ହେଉଛି । ଶବ ନଷ୍ଟ ହୋଇନି । ଅଧିକ ଦିନ କେମିତି ସଂରକ୍ଷିତ ରଖାଯାଇପାରିବ ସେଦିଗରେ ଚେଷ୍ଟା ଚାଲିଛି । ଏଭଳି କହିଛନ୍ତି ଭୁବନେଶ୍ୱର ଏମ୍ସ ଅତିରିକ୍ତ ଅଧୀକ୍ଷକ ପ୍ରଭାସ ତ୍ରିପାଠୀ ସୂଚନା ଦେଇଛନ୍ତି । ସେପଟେ ବାଦାନଗା ବଜାର ଷ୍ଟେସରେ ଏବେ ରହିବନି କୌଣସି ଟ୍ରେନ । ପରବର୍ତି ନୋଟିସ ପର୍ଯ୍ୟନ୍ତ କୌଣସି ଟ୍ରେନ ଚଳାଚଳ କରିବନାହିଁ ।

 

ପାସେଞ୍ଜର, ମେମୁ, କିମ୍ବା କୌଣସି ମାଲବାହୀ ଟ୍ରେନ ସେଠାରେ ଅଟକବିନି । ରିଲେ ପ୍ୟାନେଲ ସିଲ ହୋଇଥିବାରୁ କୌଣସି ଟ୍ରେନ ରହିବନି । ସିବିଆଇ ତଦନ୍ତ ଚାଲିଥିବାରୁ ଏଭଳି ନିଷ୍ପତି ନିଆଯାଇଥିବା କହିଛନ୍ତି ଦକ୍ଷିଣ ପୂର୍ବ ରେଳପଥ ସିପିଆରଓ ଆଦିତ୍ୟ ଚୌଧୁରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ