Masthead

ବ୍ଲାକ ପରେ ହ୍ୱାଇଟ ଫଙ୍ଗସ ଚିନ୍ତା

ନୁଆଦୀଲ୍ଲି (ବଡ଼ ଖବର ବ୍ୟୁରୋ): ଦେଶବ୍ୟାପୀ ବ୍ଲାକ୍ ଫଙ୍ଗସ ବା ମ୍ୟୁକର ମାଇକୋସିସି ସଂକ୍ରମଣକୁ ନେଇ ଭୟ ଓ ଆତଙ୍କ ଖେଳିଯାଇଛି । ଏହାରି ଭିତରେ ବିହାରର ରାଜଧାନୀ ପାଟନାରେ ହ୍ୱାଇଟ୍ ଫଙ୍ଗସ ସଂକ୍ରମଣ ଦେଖିବାକୁ ମିଳିଛି । ପାଟନାରେ ୪ହ୍ୱାଇଟ୍ ଫଙ୍ଗସ ରୋଗୀ ଚିହ୍ନଟ ହୋଇଛନ୍ତି । ଡାକ୍ତର ଓ ବିଶେଷଜ୍ଞମାନେ କହିଛନ୍ତି, ବ୍ଲାକ୍ ଫଙ୍ଗସଠାରୁ ହ୍ୱାଇଟ୍ ଫଙ୍ଗସ ଅଧିକ ପ୍ରାଣଘାତୀ । ଏହି ହ୍ୱାଇଟ୍ ଫଙ୍ଗସ ଫୁସଫୁସ୍ ସଂକ୍ରମଣର ମୁଖ୍ୟ କାରଣ । ହ୍ୱାଇଟ୍ ଫଙ୍ଗସ ମଣିଷର ଚର୍ମ, ନଖ, ମୁହଁର ଭିତର ଅଂଶ, ଆମାଶୟ, ଅନ୍ତ୍ରନାଳୀ, କିଡନୀ, ଗୁପ୍ତାଙ୍ଗଓ ମସ୍ତିଷ୍କ ଉପରେ ଅତ୍ୟନ୍ତ ଖରାପ ପ୍ରଭାବ ପକାଇଥାଏ । ପାଟନା ମେଡିକାଲ କଲେଜ ଓ ହସ୍ପିଟାଲର ମାଇକ୍ରୋବାୟୋଲୋଜି ବିଭାଗ ମୁଖ୍ୟ ଡା ଏସଏନ୍ ସିଂ ଏହି ସୂଚନା ଦେଇଛନ୍ତି । ଡା. ସିଂ କହିଛନ୍ତି ହ୍ୱାଇଟ୍ ଫଙ୍ଗସ ଆକ୍ରାନ୍ତ ୪ ରୋଗୀଙ୍କଠାରେ କରୋନା ଲକ୍ଷଣ ଥିଲା । ସେମାନଙ୍କର ୩ ପ୍ରକାର କରୋନା ପରୀକ୍ଷା କରାଯାଇଥିଲା । ରାପିଡ୍ ଆଣ୍ଟିଜେନ୍, ରାପିଡ୍ ଆଣ୍ଟିବଡି, ଓ ଆରଟି-ପିସିଆର ପରୀକ୍ଷା ପରେ ରିପୋର୍ଟ ନେଗେଟିଭ୍ ଆସିଥିଲା । କରୋନା ସମ୍ବନ୍ଧୀୟ ଔଷଧର କୌଣସି ପ୍ରଭାବ ଏମାନଙ୍କ ଶରୀରରେ ପଡୁନଥିଲା । ମାତ୍ର ସେମାନେ ଦିନକୁ ଦିନ ଅସୁସ୍ଥ ହୋଇପଡୁଥିବାରୁ ଅଧିକ ପରୀକ୍ଷା ନିରୀକ୍ଷା କରାଯାଇଥିଲା । ପରେ ଜଣାପଡିଲା ସେମାନେ ହ୍ୱାଇଟ୍ ଫଙ୍ଗସରେ ସଂକ୍ରମିତ । ପରେ ସେମାନଙ୍କୁ ଦିଆଯାଇଥିଲା ଫଙ୍ଗଲ ନିରୋଧୀ ଔଷଧ । ଏହି ଔଷଧ ବ୍ୟବହାର ପରେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ