Before Header

ଧସିଲା ଦେବୀନଦୀ ବନ୍ଧ

0 18

ନାଉଗାଁ (ବଡ଼ ଖବର ବ୍ୟୁରୋ): ନିମ୍ନମାନର କାର୍ଯ୍ୟପାଇଁ ବଛାଳୋ ପଂଚାୟତର ବଛାଳୋରୁ-ପୋକାମୂଳକୁ ସଂଯୋଗ କରୁଥିବା ଦେବୀନଦୀ ବନ୍ଧ ରାସ୍ତା ଧସେଇ ପଡିଛି । ଯାହାଫଳରେ ନଦୀ କୂଳରେ ବାସ କରୁଥିବା ଲୋକେ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ଅଛନ୍ତି । ତେବେ ଏହି ରାସ୍ତାଟି ୨୦୧୯-୨୦ ଆଥିକ ବର୍ଷରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ନିର୍ମାଣ କରାଯାଇଥିଲା ।

କୋଟିଏରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଇ ନିର୍ମାଣ ହୋଇଥିବା ଏହି ରାସ୍ତାଟି ଠିକାଦାରଙ୍କ ମନମାନି ଲାଗି ବର୍ତ୍ତମାନ ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ନିମ୍ନମାନର କାର୍ୟ୍ୟପାଇଁ ଏପରି ଅବସ୍ଥା ହୋଇଛି । ଯେଉଁଥିପାଇଁ ନଦୀକୂଳରେ ଅତଡ଼ା ଖସି ରାସ୍ତା ଧସେଇ ପଡିଛି ।

Leave A Reply

Your email address will not be published.