Masthead

‘ବଡ଼ ଖବର’ ରେ ଖବର ପ୍ରସାରଣ ପରେ ଚୈତନ୍ୟ ଉଦୟ

ଲଇକେରା (ବଡ଼ ଖବର ବ୍ୟୁରୋ): ଲଇକେରା ବ୍ଲକ ରେ ଧିରେ ଧିରେ କାୟା ବିସ୍ତାର କରୁଛି କରୋନା। ଦୀର୍ଘ ୯ ମାସ ପରେ ଜାନୁଆରୀ ୮ ରୁ ଖୋଲିଛି ସ୍କୁଲ। ତେବେ ସ୍କୁଲ ଖୋଲିବାର ମାତ୍ର ୭ ଦିନ ମଧ୍ୟରେ ଲଇକେରା ବ୍ଲକ ର ବିଭିନ୍ନ ସ୍କୁଲ ର ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇସାରିଥିବା ଜଣାପଡିଛି। ବ୍ଲକର ୪ ଟି ସ୍କୁଲର ୩୨ ଜଣ ଛାତ୍ରଛାତ୍ରୀ କରୋନାରେ ସଙ୍କ୍ରମିତ ହୋଇଛନ୍ତି। ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଶିକ୍ଷା ବିଭାଗ ପକ୍ଷରୁ ଏ ଯାଏଁ ସଠିକ ଭାବେ କୌଣସି ପ୍ରକାର ସ୍ପଷ୍ଟ ସୂଚନା ଦିଆଯାଉନାହିଁ।

୩୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣ ଆକ୍ରାନ୍ତଙ୍କ ତଥ୍ୟ ଶିକ୍ଷା ବିଭାଗ ଦେଉଥିବା ବେଳେ ଅନ୍ୟ ୧୩ ଜଣ ଆକ୍ରାନ୍ତଙ୍କ ତଥ୍ୟକୁ ଗୁପ୍ତ ରଖିଛି। ଶିକ୍ଷା ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ୧୩ ଜଣ ଆକ୍ରାନ୍ତଙ୍କ ମଧ୍ୟରେ ସାହାସପୁର ହାଇସ୍କୁଲର ୯ ଜଣ, ପାକେଲଖୋଲ ହାଇସ୍କୁଲର ୮ ଜଣ ଓ ସାଲେଟିକ୍ରା ହାଇସ୍କୁଲର ୨ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ତେବେ ଅନ୍ୟ ୧୩ ଜଣ ଆକ୍ରାନ୍ତଙ୍କ ତଥ୍ୟ ଦେଉନାହି ଶିକ୍ଷା ବିଭାଗ। ବିଶ୍ଵସ୍ତ ସୁତ୍ରରୁ ପାକେଲପଡା ହାଇସ୍କୁଲର ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଥିବା ବେଳେ ଏ ଯାଏଁ ଶିକ୍ଷା ବିଭାଗ କୈାଣସି ସ୍ପଷ୍ଟ ତଥ୍ୟ ଦେଉନାହିଁ।

ତେବେ ଏ ନେଇ ବଡଖବରରେ ପ୍ରଥମେ ଖବର ପ୍ରସାରିତ ହେବା ପରେ ଜିଲ୍ଲା ପ୍ରଶାସନର ଚେତା ପଶିଥିଲା। ଗତକାଲି ସନ୍ଧ୍ୟାରେ ଝାରସୁଗୁଡ଼ା ଉପଜିଲ୍ଲାପାଳ ପ୍ରଦିପ ସାହୁ , ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବିକାଶ ଦାଶ ଲଇକେରା ବ୍ଲକ ଗସ୍ତରେ ଆସି ସ୍ଥିତି ର ସମୀକ୍ଷା କରିଥିଲେ। ସେମାନେ ପ୍ରଥମେ ସାହାସପୁର ଫାଣ୍ଡି ପରିସରରେ ଲଇକେରା ବିଡ଼ିଓ ଶଙ୍କର କେରକେଟାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଅଞ୍ଚଳର ଆଶାକର୍ମୀ , ଅଙ୍ଗନୱାଡ଼ି କର୍ମୀ, ସ୍ଵାସ୍ଥ୍ୟ କର୍ମୀ, ଶିକ୍ଷକ ଓ ସ୍ଥାନୀୟ ବାସିନ୍ଦାଙ୍କୁ ନେଇ ଏକ ବୈଠକ କରିଥିଲେ। ପରେ ସମସ୍ତ ଆକ୍ରାନ୍ତ ଛାତ୍ରଛାତ୍ରୀଙ୍କ ଘରକୁ ଯାଇ ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା