Masthead

ଜେଇଇ ମେନ ପରେ ଏବେ ନିଟ ପରୀକ୍ଷାରେ ବ୍ୟାପକ ଦୁର୍ନୀତି

ନୂଆଦିଲ୍ଲୀ(ବଡ଼ ଖବର ବ୍ୟୁରୋ): ଦେଶରେ ଶିକ୍ଷାକୁ ନେଇ ଦୁର୍ନୀତି ଘଟଣା ବାରମ୍ବାର ସାମ୍ନାକୁ ଆସିଥାଏ । ହେଲେ ନିଟ ଭଳି ଉଚ୍ଚସ୍ତରୀୟ ପରୀକ୍ଷାରେ ମଧ୍ୟ ବ୍ୟାପକ ଦୁର୍ନୀତି ଘଟିବା କଥା ବର୍ତ୍ତମାନ ଚର୍ଚ୍ଚାରେ ରହିଛି । ଅଭିଭାବକଙ୍କ ଠାରୁ ମୋଟା ଅଙ୍କର ଟଙ୍କା ନେଇ ସେମାନଙ୍କ ପିଲାମାନଙ୍କୁ ଭଲ ର୍ୟାଙ୍କ ଦେବା ପାଇଁ ଦେଶରେ ର୍ୟାକେଟ କାମ କରୁଛନ୍ତି । ତେବେ ପିଲାଙ୍କ ପିଛା ଏସବୁ ର୍ୟାକେଟ ୫୦ ଲକ୍ଷରୁ ଅଧିକ ଟଙ୍କା ନେଉଥିବାର ସୂଚନା ମିଳିଛି । ମହାରାଷ୍ଟ୍ରର ନାଗୌର ଅଞ୍ଚଳରେ ଥିବା ଆରକେ ଏଜୁକେଶନ କ୍ୟାରିୟର ଗାଇଡିଆନ୍ସ ନାମକ ଏକ କୋଚିଂ ସେଣ୍ଟରରୁ ଏପ୍ରକାର ଜାଲିଆତି ହୋଉଥିବାର କଥା ସାମ୍ନାକୁ ଆସିଛି ।

କେବଳ ଏତିକି ନୁହେଁ ବରଂ ୨୦୨୧ ସେପ୍ଟେମ୍ବର ୧୨ରେ ଅନୁଷ୍ଠିତ ନିଟ ୟୁଜି ପରୀକ୍ଷାରେ ଏମାନେ କିଛି ପ୍ରକୃତ ମେଡିକାଲ ଆଶାୟୀଙ୍କ ବଦଳରେ ନକଲି ଛାତ୍ରଛାତ୍ରୀଙ୍କୁ ବସାଇଥିବା ଜଣାପଡିଛି । ଏହି ଛାତ୍ରମାନେ ସାଧାରଣତଃ ପଇସା ପାଇଁ ଏପରି କରିଥାନ୍ତି । ହେଲେ ଏହାର ଲାଭ ଧୋନୀ ଶ୍ରେଣୀୟ ବ୍ୟକ୍ତିମାନେ ଉଠାଉଥିବାର ଦେଖିବାକୁ ମିଳିଛି । ଏହି ମାମଲାରେ କୋଚିଂ ସେଣ୍ଟରର ନିର୍ଦ୍ଦେଶିକା ପ୍ରମିଳା କୋଟପାଲିୱାରଙ୍କ ସମେତ ମୋଟ ୪ ଜଣଙ୍କୁ ସିବିଆଇ ଗିରଫ କରିଥିବାର ସୂଚନା ମିଳିଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ