Masthead

ପାଠ ପାଇଁ ବୟସ ବାଧକ ନୁହଁ

ଢେଙ୍କାନାଳ(ବଡ଼ ଖବର ବ୍ୟୁରୋ): ଦୃଢ଼ ଇଚ୍ଛାଶକ୍ତି ଆଗରେ ହାରମାନିଛି ବୟସ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ସୋଗରପଶି ଅନ୍ତର୍ଗତ ପାରିଖେଦା ଗ୍ରାମର ତ୍ରିଲୋଚନ ନାଏକ । ଯେ ୪୨ ଥରରେ ମାଟ୍ରିକ ଓ ୧୦ ଥର ପରୀକ୍ଷା ଦେବାପରେ ଯୁକ୍ତ ଦୁଇ ପାସ କରିଥିଲେ । ଏବେ ତ୍ରିଲୋଚନକୁ ୬୫ ବର୍ଷ ବୟସ । ଅବସର ନେବାର ଏହି ବୟସରେ ସେ ପାସ୍ କରିଛନ୍ତି ଓକିଲାତି। ଏଲଏଲବି ପରୀକ୍ଷା ଦେଇ କୃତିତ୍ୱ ହାସଲ କରିଛନ୍ତି ସେ ।

ଏହି ସ୍ଥାନରେ ପହଞ୍ଚିବା ପାଇଁ ତାଙ୍କୁ ସାହି ପଡିଶା ଓ ସାଙ୍ଗସାଥୀଙ୍କ କେତେ ଯେ ଟାହି ଟାପରା ଶୁଣିବାକୁ ପଡ଼ିଛି। ତଥାପି ଶେଷକୁ ନିନ୍ଦା ଅପବାଦ ତାଙ୍କୁ ପଛକୁ ଫେରାଇ ପାରିନାହିଁ । ବରଂ ଆଗକୁ ଯିବାର ଖୋରାକ ଯୋଗାଇଛି । ଆଜିର ଯୁବପିଢୀ କୌଣସି ପରୀକ୍ଷାରେ ଗୋଟେ ଦୁଇ ଥର ଅକୃତକାର୍ଯ୍ୟ ହେବାପରେ ନିରାଶ ହୋଇପଡୁଛନ୍ତି। ହେଲେ ତ୍ରିଲୋଚନ ଆଜିର ଯୁବ ସମାଜ ପାଇଁ ଉଦାହରଣ ହୋଇ ରହିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ