Masthead

ବିମାନ ଦୁର୍ଘଟଣା, ଆସିଲା ତଦନ୍ତ ରିପୋର୍ଟ

ଅହମ୍ମଦାବାଦ (ବଡ ଖବର ବ୍ୟୁରୋ) : ଆସିଲା ଅହମ୍ମଦାବାଦ ବିମାନ ଦୁର୍ଘଟଣାର ପ୍ରାଥମିକ ତଦନ୍ତ ରିପୋର୍ଟ ।  ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ (AAIB) ପକ୍ଷରୁ ବଡ଼ ଖୁଲାସା । ଅପ୍ରତ୍ୟାଶିତ ଭାବରେ ଦୁଇଟି ଇଞ୍ଜିନ୍ ହଠାତ୍ କାମ କଲାନି । ଏକ ସେକେଣ୍ଡରେ ଇଞ୍ଜିନ୍‌କୁ ଇନ୍ଧନ ଯୋଗାଣ ବନ୍ଦ ହୋଇଗଲା । ଟେକଅଫ୍‌ର ୯୦ ସେକେଣ୍ଡ ମଧ୍ୟରେ ବନ୍ଦ ହୋଇଯାଇଥିଲା ବିମାନ । ଇଞ୍ଜିନ୍‌ ଫେଲ୍‌ ହେବାରୁ ଦ୍ବନ୍ଦ୍ବରେ ପଡ଼ିଯାଇଥିଲେ ପାଇଲଟ୍‌ ।  ଜଣେ ଆଉ ଜଣଙ୍କୁ ଇଞ୍ଜିନ୍‌ ବନ୍ଦ ନେଇ ପଚାରିଥିଲେ । ବ୍ଲାକବକ୍ସରେ ପାଇଲଟ୍‌ଙ୍କ କଥାବାର୍ତ୍ତା ରେକର୍ଡ ହୋଇଛି । AAIB ପକ୍ଷରୁ ୧୫ ପୃଷ୍ଠାର ପ୍ରାଥମିକ ତଦନ୍ତ ରିପୋର୍ଟ ଜାରି ।

ଏୟାର ଇଣ୍ଡିଆର ବୋଇଂ ୭୮୭-୮ ଡ୍ରିମ୍‌ଲାଇନର ବିମାନ ଟେକ୍‌ଅଫ୍‌ର କିଛି ସେକେଣ୍ଡ ମଧ୍ୟରେ ଦୁଇଟି ଇଞ୍ଜିନ ଅଚାନ୍‌କ ବନ୍ଦ ହୋଇଯାଇଥିଲା । ଫଳରେ ବିମାନକୁ ପାୱର ମିଳି ନଥିଲା ଏବଂ ତାହା କ୍ରାସ୍ ହୋଇଥିଲା । ରିପୋର୍ଟରେ ପ୍ରକାଶ ପାଇଛି ଯେ, ଉଭୟ ଇଞ୍ଜିନ୍‌-୧ ଓ ଇଞ୍ଜିନ୍‌-୨ ଇନ୍ଧନ କଟ୍ ଅଫ୍ ସ୍ୱିଚ ପରସ୍ପରଠାରୁ ଗୋଟିଏ ସେକେଣ୍ଡ ଭିତରେ ରନରୁ କଟଅଫ ହୋଇଯାଇଥିଲା । ଯାହା ହଠାତ୍ ଇନ୍ଧନ ଯୋଗାଣକୁ ବନ୍ଦ କରି ଦେଇଥିଲା ଏବଂ N1 ଏବଂ N2 ଇଞ୍ଜିନର ଗତି ହ୍ରାସ ପାଇଥିଲା । ହଠାତ୍ ଦୁଇଟି ଇଞ୍ଜିନ୍ କାମ କଲାନି । ଇଞ୍ଜିନ ଫେଲ୍ ହେବାରୁ ଦ୍ୱନ୍ଦରେ ପଡି ଯାଇଥିଲେ ଦୁଇ ପାଇଲଟ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକ୍ରିୟା ଆରମ୍ଭ 🔴 ନୂଆ ହିତାଧିକାରୀଙ୍କୁ ଆଜି ମିଳିବ ସୁଭଦ୍ରା ଟଙ୍କା 🔴 ରାଜ୍ୟରେ କମିଲା ଶୀତ 🔴 ଆଜି ମହାପ୍ରଭୁଙ୍କ ଦୁର୍ଲ୍ଲଭ ପଦ୍ମବେଶ 🔴 ରଥ ତିଆରି ପାଇଁ ଗଲା ରଥ କାଠ 🔴 ବିଜାପୁରରେ ଏନକାଉଣ୍ଟର, ୬ ମାଓବାଦୀ ନିହତ 🔴 ଜଳିଗଲା ୧ନଂ ହାଟ