Masthead

ପରିଣତ ବୟସରେ ସଂସାର ବୋଝ

ରାଜକନିକା ( ବଡ଼ ଖବର ବ୍ୟୁରୋ): ଯେଉଁ ବୟସରେ ପୁଅଙ୍କ ଆଦର, ସେବା ମିଳିବା କଥା, ସେଇ ବୟସରେ ଜଣେ ମାଆ ଭେଣ୍ଡିଆ ଦୁଇପୁଅଙ୍କ ବୋଝ ବୋହି ଚାଲିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି କେନ୍ଦ୍ରପଡ଼ା ଜିଲ୍ଲା ରାଜକନିକା ବ୍ଲକ ଜାଗୁଳାଇ ପଞ୍ଚୟାତର ଗଞ୍ଜା ଗାଁରେ ।

ଗଞ୍ଜା ଗାଁର ଏକ ନୁଆଳିଆ ଚାଳଘରେ ରୁହନ୍ତି କନକ । ସ୍ୱାମୀ କେଉଁ କାଳରୁ ଆରପାରିକୁ ଚାଲିଗଲେଣି । ପରିବାର କହିଲେ ଦୁଇ ଦିବ୍ୟାଙ୍ଗ ପୁଅ ପ୍ରତାପ ଓ ଦୀଲ୍ଲିପଙ୍କ ସହ ସହ ବୋହୁ ମମତା ଓ ଚାରି ନାତିନାତୁଣୀ । କନକଙ୍କ ଦୁଃଖ କହିଲେ ନସରେ । ରୋଜଗାର କରି ମାଆକୁ ପୋସିବା ବୟସରେ ପ୍ରତାପ ଓ ଦୀଲ୍ଲିପ ମାନସିକ ବିକାରଗ୍ରସ୍ତ । ପ୍ରତାପ ଜନ୍ମରୁ ମାନସିକ ବିକାରଗ୍ରସ୍ତ ଥିବାବେଳେ ଗଲା ୧୫ବର୍ଷ ହେବ ଦୀଲ୍ଲିପଙ୍କ ମାନସିକ ଅବସ୍ଥା ମଧ୍ୟ ସେୟା । ଫଳରେ ଏବେ ପୂରା ପରିବାରର ବୋଝ ମାଆ କନକ ଓ ସ୍ତ୍ରୀ ମମତାଙ୍କ କାନ୍ଧରେ । ପର ଘରେ ମୂଲଲାଗି ଯାହା ରୋଜଗାର ହୁଏ ୭ପ୍ରାଣୀ କୁଟୁମ୍ବର ପେଟକୁ ନିଅଣ୍ଟ । ଏମିତିରେ ଦୁଇ ପାଗଳ ଭାଇଙ୍କ ଚିକିତ୍ସା କରିବା ପରିବାର ପକ୍ଷେ କାଠିକର ପାଠ ।

ସରକାରୀ ସହାୟତା କହିଲେ ତହସିଦାରଙ୍କ ଦୟାରୁ ମିଳିଥିବା ଖଣ୍ଡେ ଜରିପାଲ । ଆବାସ ଖଣ୍ଡେ ପାଇଁ ସମସ୍ତଙ୍କୁ ଗୁହାରି କରି କରି ଥକି ଗଲେଣି ମମତା । ଏବେ ଭାଗ୍ୟକୁ ଆଦରି ୭ପ୍ରାଣୀ କିଟୁମ୍ବକୁ ନେଇ ଭଙ୍ଗା ଦଦରା ଘରେ ଜୀବନ ବିତାଉଛନ୍ତି ମମତା ।
ତେବେ ଏଠି ପ୍ରଶ୍ନ ଉଠୁଛି ଗରିବ କଲ୍ୟାଣ ଯୋଜନା କାହା ପାଇଁ । ପ୍ରକୃତ ହିତାଧିକାରୀ ଯଦି ଏଥିରୁ ବଞ୍ଚିତ ହୁଅନ୍ତିି ତେବେ ଏ ମାଳ ମାଳ ଯୋଜନାର ଲାଭ କ’ଣ । ସରକାରୀ ସହୟତା ମିଳିଲେ ପ୍ରତାପ ଓ ଦୀଲ୍ଲିପଙ୍କର ଚିକିତ୍ସା ହୋଇପାରନ୍ତା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ