ଶିମିଳିପାଳକୁ ଜଗିବ ଏଆଇ ଟାୱାର

ବାରିପଦା (ବଡ଼ ଖବର ବ୍ୟୁରୋ): ଏବେ ଶିମିଳିପାଳକୁ ଜଗିବା ଏଆଇ ଟାୱାର । ଅଭୟାରଣ୍ୟର ସୁରକ୍ଷା ପାଇଁ ବ୍ୟବହାର ହେବ କୃତ୍ରିମ ବୁଦ୍ଧିମତା (ଏଆଇ) ଟାୱାର। ବନବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ଅଭୟାରଣ୍ୟର ପ୍ରତି ୧୦ କିଲୋମିଟର ବ୍ୟବଧାନରେ ଏଆଇ ଟାୱର ସ୍ଥାପନ ହେବ। ପ୍ରାଥମିକ ପର୍ଯ୍ୟାୟରେ ୨-୩ଟି ସ୍ଥାନରେ ଏହି ପରୀକ୍ଷାମୂଳକ ଭାବେ ସ୍ଥାପନ କରାଯିବ। ଶିକାରୀ ଓ କାଠ ମାଫିଆଙ୍କ ପାଇଁ ଅଭୟାରଣ୍ୟର ସୁରକ୍ଷା ବିପନ୍ନ ହେଉଛି ।

ଏଆଇ ଟାୱାରରେ ୩୬୦ ଡିଗ୍ରୀ କୋଣରେ ବୁଲି ପାରୁଥିବା ଉଚ୍ଚକ୍ଷମତା ସମ୍ପନ୍ନ ରିଅଲ୍ ଟାଇମ୍ ଥର୍ମାଲ କ୍ୟାମେରା ଲଗାଯିବା । ଏହି କ୍ୟାମେରା ଦ୍ଵାରା ବନ୍ୟଯନ୍ତୁଙ୍କ ଗତିବିଧି ସହ ଶିକାରୀ ଉପରେ ନଜର ରଖାଯାଇପାରିବ । ଖରାଦିନେ ବନାଗ୍ନି ଚିହ୍ନଟରେ ମଧ୍ୟ ଏହା ସହାୟ ହେବ । ଏହି ପ୍ରକ୍ରିୟା ଶେଷ ପର୍ଯାୟରେ ପହଁଚିଛି। ଏଥି ପାଇଁ ପ୍ରାୟ ୩୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି ବୋଲି ଶିମିଳିପାଳ ଦକ୍ଷିଣ ଉପନିର୍ଦ୍ଦେଶକ ଡ. ସମ୍ରାଟ ଗୌଡ଼ା କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ