Masthead

ଗାଜାରେ ଏୟାରଷ୍ଟ୍ରାଇକ, ୧୦୦ରୁ ଅଧିକ ମୃତ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଅଳ୍ପ କେଇ ଦିନ ପରେ ହମାସ –ଇସ୍ରାଏଲ ଯୁଦ୍ଧକୁ ପୂରିବାକୁ ମାସେ । ଦିନକୁ ଦିନ ଯୁଦ୍ଧ ସ୍ଥିତି ଭୟାବହ ହେବାରେ ଲାଗିଛି । ଆଜି ପୁଣିଥରେ ପଶ୍ଚିମ ଗାଜା ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ । ଫଳରେ ଶତାଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଏହାସହ ଗାଜାରେ ମୋବାଇଲ ସେବା ଠପ୍ ହୋଇଯାଇଥିବା ଜଣାପଡିଛି ।

ଗାଜା ସିଟିର ଅଲ-ଜାୟତୁନ ଅଞ୍ଚଳରେ ଏକ ଚାରି ମହଲା ଘର ଉପରେ ହୋଇଥିବା ଆକ୍ରମଣରେ ଅତି କମରେ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କେନ୍ଦ୍ରୀୟ ଗାଜାର ନୁସିରାଟ ଶରଣାର୍ଥୀ ଶିବିର ଉପରେ ହୋଇଥିବା ବିମାନ ଆକ୍ରମଣରେ ଅନ୍ୟ ୮ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ୱାଫା କହିଛି। ରାଫାରେ ଇସ୍ରାଏଲର ଆକ୍ରମଣରେ ଜଣେ ଶିଶୁଙ୍କ ସମେତ ଅନ୍ୟ ୧୨ ଜଣଙ୍କ ମୃତ୍ୟୁ ଘଟିଛି ବୋଲି ୱାଫା କହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ