Masthead

ନ୍ୟାୟ ପାଇଁ ଉଦ୍ଧବ ଠାକରେଙ୍କୁ ଚିଠି ଲେଖିଲେ ୱାଙ୍ଖଡେଙ୍କ ପତ୍ନୀ

ମୁମ୍ବାଇ(ବଡ଼ ଖବର ବ୍ୟୁରୋ): ମୁମ୍ବାଇ କ୍ରୁଜ ଡ୍ରଗ୍ସ ମାମଲା ଦିନକୁ ଦିନ ନୂଆ ମୋଡ଼ ନେବାରେ ଲାଗିଛି । କେବେବେଳେ ଏହାକୁ ରାଜନୈତିକ ମୁଦ୍ଦା କରାଯାଉଥିବାବେଳେ ଆଉ କେତେବେଳେ ଏନସିବି ଅଫିସରଙ୍କୁ ଟାର୍ଗେଟ କରାଯାଉଛି । ଏହା ମଧ୍ୟରେ ଚର୍ଚ୍ଚାରେ ରହିଛନ୍ତି ଏନସିବି ଅଫିସର ସମୀର ୱାଙ୍ଗଡେଙ୍କ ପତ୍ନୀ କ୍ରାନ୍ତି ରେଡକର । ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ନ୍ୟାୟ ପାଇଁ ତାଙ୍କ ପତ୍ନୀ ନିବେଦନ କରିଛନ୍ତି । ଜଣେ ମହିଳାଙ୍କ ସମ୍ମାନ ସହିତ ରାଜ୍ୟରେ ଖେଲାଖୋଲି ଖେଳାଯାଉଛି ।

ମହିଳାଙ୍କ ମଜାକ ଉଡ଼ାଯାଉଛି । ଆଜି ବାଲାସାହେବ ଠାକରେ ଥିଲେ ନିଶ୍ଚିତ ଭାବରେ ଏପରି ଘଟି ନଥାନ୍ତା । ମରାଠୀ ବ୍ୟକ୍ତିଙ୍କ ନ୍ୟାୟ ପାଇଁ ଲଢିବା ପିଲାଦିନୁ ମୁଁ ଶିବସେନା ଠାରେ ଦେଖିଛି । ଅନ୍ୟାୟ ବିରୋଧରେ କିଭଳି ଲଢିବାକୁ ହୁଏ ମୁଁ ଛତ୍ରପତି ଶିବାଜୀ ଏବଂ ବାଲାସାହେବ ଠାକରେଙ୍କ ଠାରୁ ଶିଖିଛି । ମହିଳା ଏବଂ ତାଙ୍କ ପରିବାର ଉପରେ ବ୍ୟକ୍ତିଗତ ଆକ୍ରମଣ ଏତେ ନିମ୍ନ ସ୍ତରର ରାଜନୀତି । ଆଜି ବାଲାସାହେବ ନାହାଁନ୍ତି ।

କିନ୍ତୁ ତାଙ୍କ ଛାୟାକୁ ଆମେ ଆପଣଙ୍କ ପାଖରେ ଦେଖିଥାଉ । ଆପଣ ରାଜ୍ୟକୁ ଆଗେଇ ନେଉଛନ୍ତି । ଏବଂ ମୋର ଆପଣଙ୍କ ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଅଛି ଯେ ଆପଣ ମୋର ଏବଂ ମୋ ପରିବାର ପ୍ରତି ଅନ୍ୟାୟ ଘଟିବାକୁ ଦେବେ ନାହିଁ । କିନ୍ତୁ ମୁଁ ଆଜି ଏକୁଟିଆ ନ୍ୟାୟ ପାଇଁ ଲଢୁଛି ବୋଲି ସମୀର ୱାଙ୍ଗଡେଙ୍କ ପତ୍ନୀ କ୍ରାନ୍ତି ରେଡକର ଚିଠିରେ ଉଲ୍ଲେଖ କରିଛନ୍ତି । କେବଳ ଏତିକି ନୁହେଁ ବରଂ ସୋସିଆଲ ମିଡିଆରେ ବର୍ତ୍ତମାନ ମୋ ଇଜ୍ଜତ ସହ ଖେଳାଯାଉଛି । ସେପଟେ ଲୋକମାନେ ଏହାର ବେଶ ମଜା ନେଉଛନ୍ତି । ହେଲେ ମୁଁ ରାଜନୀତି ବୁଝେ ନାହିଁ । କିନ୍ତୁ ରାଜନୈତିକ ଷଡ଼ଯନ୍ତ୍ରର ଶିକାର ହେଉଛି ବୋଲି କ୍ରାନ୍ତି ରେଡକର କହିଛନ୍ତି ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ