Masthead

ଭବାନୀପୁରରେ ଭୋଟିଂ ବେଳେ ୧୪୪ ଧାରା ଦାବିକଲା ବିଜେପି

କଲିକତା( ବଡ଼ ଖବର ବ୍ୟୁରୋ  ): ସରିଛି ପ୍ରଚାର, ଭୋଟକୁ ଅପେକ୍ଷା। ସେପ୍ଟେମ୍ବର  ୩୦ରେ ପଶ୍ଚିମବଙ୍ଗର ଭବାନୀପୁର ଆସନ ପାଇଁ ପଡିବ ଭୋଟ। ତେବେ  ଭୋଟିଂ ବେଳେ ୧୪୪ ଧାରା ଲାଗୁ କରିବାକୁ  ବିଜେପି ଦାବି କରିଛି। ସୋମବାର ପ୍ରଚାରର ଶେଷ ଦିନରେ ଉଭୟ ଟିଏସି ଓ ବିଜେପି ମଧ୍ୟରେ  ଉତ୍ତେଜନା ପ୍ରକାଶ ପାଇଥିଲା। ତେଣୁ  ସୁରକ୍ଷାକୁ ଦୃଷ୍ଟିରେ ରଖି ବିଜେପି ଏଭଳି ଦାବି କରିଛି।

ସୋମବାର ପ୍ରଚାର ବେଳେ  ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦିଲୀପ ଘୋଷ ପ୍ରଚାର କରୁଥିବା ବେଳେ ଟିଏମସି କର୍ମୀମାନେ ତାଙ୍କୁ ଠେଲା ପେଲା କରିଥିଲେ। ଏହାପରେ ଦିଲୀପଙ୍କ ସୁରକ୍ଷାକର୍ମୀମାନେ ସର୍ବସମ୍ମୁଖରେ ବିରୋଧ କରୁଥିବା ଲୋକଙ୍କୁ ବନ୍ଧୁକ ଦେଖାଇଥିଲେ। ଏହାକୁ ନେଇ ରାଜନୀତିକ ବୟାନବାଜୀ ଚାଲିଥିବା ବେଳେ ବିଜେପିର ଗୋଟିଏ ପ୍ରତିନିଧି ମଣ୍ଡଳ କୋଲକାତାରେ ନିର୍ବାଚନ ଅଧିକାରୀଙ୍କୁ ଭେଟିଛି। ସେହିପରି କେନ୍ଦ୍ରୀୟ ଫୋର୍ସକୁ ମୁତୟନ କରିବାକୁ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜେପି କହିଛି।ଏଠାରେ ବିଜେପି ପ୍ରିୟଙ୍କା ତେବ୍ରିୱାଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ସାମ୍ନାରେ ଅଛନ୍ତି ଟିଏମସି ସୁପ୍ରିମୋ ମମତା ବାନାର୍ଜୀ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ