Masthead

ଏସଆରଏମ – ଏମଆରଏମ୍ ମଧ୍ୟରେ ଏମଓୟୁ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ) :  ବିଶାଖାପାଟଣମରେ ବିନିଯୋଗ ହେବମ ବିପୁଳ ବିଦେଶୀ ପୁଞ୍ଜି । ଏଥିପାଇଁ ଏସଆରଏମ ଓ ଏମଆରଏମ୍ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ବ୍ରିଟେନର ଏସଆରଏମ ଓ ଏମଆରଏମ୍ ଗ୍ରୁପ୍‌ର ଭାଇସ ଚେୟାରମ୍ୟାନ୍ କୁମାରନ୍ ସ୍ୱାମୀ ଗୁରୁଜୀ ବିଶାଖାପାଟନମ୍ ପ୍ରକଳ୍ପ ପାଇଁ ୧୦୦୦ ମିଲିୟନ୍ ଡଲାର୍ ମଞ୍ଜୁର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏସଆରଏମ ଗ୍ରୁପ୍ ଉପାଧ୍ୟକ୍ଷ ଏବଂ ବିଶାଖାପାଟନମରେ ଥିବା ୱେଭସ୍ ଅବୋଡସ୍ ପ୍ରାଇଭେଟ୍ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଡି ମଧୁକର ରେଡ୍ଡୀଙ୍କ ମଧ୍ୟରେ ଏମଓୟୁ ସ୍ୱାକ୍ଷରିତ ହୋଇଛି । ବିଜୟୱାଡାର ଏକ ଘରୋଇ ହୋଟେଲରେ ଏହି ଏମଓୟୁ ସ୍ୱାକ୍ଷରିତ ହୋଇଛି । ଏଣିକି ଏସଆରଏଏମ୍ ଗ୍ରୁପ୍ ଏବଂ ୱେଭସ୍ ଆବୋଡସ୍ ପ୍ରାଇଭେଟ୍ ଲିମିଟେଡ ମିଳିତ ଭାବେ ବ୍ୟବସାୟ ପାର୍କ, ଆନ୍ତର୍ଜାତୀୟ ସମ୍ମିଳନୀ କେନ୍ଦ୍ର, ଆନ୍ତର୍ଜାତୀୟ ବିଦ୍ୟାଳୟ ତଥା ବିଳାସପୂର୍ଣ୍ଣ ଆବାସିକ ଭିଲ୍ଲା ଏବଂ ଆପାର୍ଟମେଣ୍ଟ ନିର୍ମାଣ କରିବେ ।

ଡକ୍ଟର କୁମାରାନ ସ୍ୱାମୀ ଗୁରୁଜୀଙ୍କ ଘୋଷଣା ଅନୁଯାୟୀ ଏସଆରଏଏମ୍ ଗ୍ରୁପ୍ ଦ୍ୱାରା ୮,୩୦୦ କୋଟି ଅର୍ଥାତ୍ ୧୦୦୦ ମିଲିୟନ୍ ଡଲାର୍ ବିନିଯୋଗ ହେବ ବୋଲି ମଧୁକର ରେଡ୍ଡୀ କହିଛନ୍ତି।କାମ୍ବୋଡିଆ, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ମାଲେସିଆ, ବାହାରିନ, ଜର୍ଜିଆ, ଭାରତ ଏବଂ ବାଂଲାଦେଶରେ ଏସଆରଏମ ଓ ଏମଆରଏମର ଶାଖା କାର୍ୟ୍ୟାଳୟ ଥିବା ବେଳେ ଏହାର ମୁଖ୍ୟ କାର୍ଯ୍ୟାଳୟ ବ୍ରିଟେନରେ ରହିଛି । ବିଶାଖାପାଟଣାରେ ଥିବା ୱେଭସ୍ ଆବୋଡସ୍ ପ୍ରାଇଭେଟ୍ ଲିମିଟେଡ ଏକ ଭିତ୍ତିଭୂମି ପ୍ରସ୍ତୁତକାରୀ କମ୍ପାନୀ । ଏହି କମ୍ପାନୀ ବିଶ୍ୱସନୀୟତା ଓ ସ୍ୱଚ୍ଛତା ପାଇଁ ପ୍ରଶଂସନୀୟ । ଅତ୍ୟାଧୁନିକ ଜ୍ଞାନକୌଶଳ ବ୍ୟବହାର କରି ଚମତ୍କାର ସ୍ଥାପତ୍ୟ ସୃଷ୍ଟି କରିବାରେ ଏହି କମ୍ପାଦୀ ଜଣାଶୁଣା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ