Masthead

ଖୋଲିଲା ଆଖଣ୍ଡଳମଣି ମନ୍ଦିର

ଭଦ୍ରକ(ବଡ଼ ଖବର ବ୍ୟୁରୋ): ଦୀର୍ଘ ୯ମାସ ପରେ ଆଜି ଖୋଲିଛି ବାବା ଆଖଣ୍ଡଳମଣି ମନ୍ଦିର । ପ୍ରଥମ ୨ଦିନ ସେବାୟତଙ୍କ ପରିବାରକୁ ଦର୍ଶନ ପାଇଁ ଅନୁମତି ରହିଛି । ଡିସେମ୍ବର ୩୦ ଓ ୩୧ ସ୍ଥାନୀୟ ୪ଟି ପଂଚାୟତର ଲୋକେ ପର୍ଯ୍ୟାୟକ୍ରମେ ଦର୍ଶନ କରିବେ । ଏଥିପାଇଁ ଏସଓପି ଜାରି କରାଯାଇଛି । ଆରଡି, ନାନ୍ଦପୁର, ଓଲଗି ଓ ସୁନ୍ଦରପୁର ଲୋକଙ୍କ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ବ୍ୟାରିକେଡ ନିର୍ମାଣ କରାଯାଇଛି ।

ମନ୍ଦିରରେ ସ୍ଥାନୀୟ ଲୋକଙ୍କ ପ୍ରବେଶ ପାଇଁ ପରିଚୟପତ୍ର ସହ ମାକ୍ସ ବାଧ୍ୟତାମୂଳକ ରଖାଯାଇଛି । ତେବେ ଜାନୁଆରୀ ୧ ଓ ୨ ମନ୍ଦିର ବନ୍ଦ ରହିବ । ଜାନୁଆରୀ ୩ରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ସକାଳ ୭ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ମନ୍ଦିର ଖୋଲିବ । ମନ୍ଦିର ମଧ୍ୟକୁ ପୂଜାସାମଗ୍ରୀ ଓ ଦୀପ ନେବା ପାଇଁ ମନା କରାଯାଇଛି । ବ୍ୟାରିକେଡ୍ ଦେଇ ଯାଉଥିବା ଶ୍ରଦ୍ଧାଳୁଙ୍କର ଥର୍ମାଲ ସ୍କିନିଂ ସହିତ ସାନିଟାଇଜ କରାଯିବ । ୧୦ବର୍ଷରୁ କମ୍ ଓ ୬୫ବର୍ଷରୁ ଅଧିକ ବୟସ ବ୍ୟକ୍ତିଙ୍କୁ ମନ୍ଦିର ମଧ୍ୟକୁ ପ୍ରବେଶ ମନା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ 🔴 EAMର ସାହାଯ୍ୟ ନେବୁ : ଜିଲ୍ଲାପାଳ 🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା 🔴 ‘ଦିଲ୍ଲୀ ବିସ୍ଫୋରଣ, ଦୋଷୀଙ୍କୁ ଛଡା ଯିବନି’ 🔴 ଦିଲ୍ଲୀ ବିସ୍ଫୋରଣ, ସାମ୍ନାକୁ ଆସିଲା ସିସିଟିଭି ଫୁଟେଜ 🔴 ଦିଲ୍ଲୀ ବିସ୍ଫୋରଣ, ୧୩ ଜଣଙ୍କୁ ଅଟକ ରଖି ପଚରାଉଚରା 🔴 ଭୋଟ ଦେଉଛି ନୂଆପଡ଼ା 🔴 ଅଭିନେତା ଧର୍ମେନ୍ଦ୍ରଙ୍କ ମୃତ୍ୟୁ ଖବର ଗୁଜବ 🔴 EAMର ସାହାଯ୍ୟ ନେବୁ : ଜିଲ୍ଲାପାଳ 🔴 ବଡ଼ବିଲରେ ବୁିଲିଲା ବୁଲଡୋଜର 🔴 ଏସଆଇ ସ୍କାମ୍‌ ଶଙ୍କର ଓ ସୁରେଶଙ୍କ ପଲିଗ୍ରାଫ ଶୁଣାଣି 🔴 ନୂଆପଡ଼ା ଉପନିର୍ବାଚନ, ବୁଥ ମୁହାଁ ପୋଲିଂ ଅଫିସର 🔴 ଆହୁରି ବଢ଼ିବ ଥଣ୍ଡା