Masthead

ନଭେମ୍ବର ୧୭..ଅପୂରଣୀୟ କ୍ଷତି

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ନଭେମ୍ଵର ୧୭… ସମାନ ତାରିଖ ହେଲେ ବର୍ଷ ଅଲଗା। ସଙ୍ଗୀତ ଜଗତ ପାଇଁ ଦୁଇଟି ଅପୂରଣୀୟ କ୍ଷତି। ୨୩ ବର୍ଷ ତଳେ ଏହି ଦିନ ଚାଲି ଯାଇଥିଲେ ଖୋକା ଭାଇ। ଆଉ ଏବେ ୟୁଥ୍ ସେନ୍‌ସେସନ୍ ହ୍ୟୁମାନ୍। ଅଫେରା ରାଇଜକୁ ଚାଲିଗଲେ ଦୁଇ ଦୁଇ ଜଣ ବେତାଜ୍ ବାଦଶାହା। ଓଡ଼ିଶା ସଙ୍ଗୀତ ଜଗତରେ ସବୁଦିନ ପାଇଁ ଅଭୁଲା ହୋଇ ରହିଯିବ ଏହି ତାରିଖ। ୨୦୦୨ରେ ସଙ୍ଗୀତ ସମ୍ରାଟ ଖୋକା ଭାଇଙ୍କୁ ହରାଇଥିଲା ଓଡ଼ିଶା।

ସ୍ଵର୍ଗତ ଅକ୍ଷୟ ମହାନ୍ତିଙ୍କ ବିୟୋଗରେ ନିର୍ବାକ ହୋଇଯାଇଥିଲେ ଅଗଣିତ ଶ୍ରୋତା । ୨୩ ବର୍ଷ ପରେ ସମାନ ଦିନରେ ଚାଲିଯାଇଛନ୍ତି ହ୍ୟୁମାନ ସାଗର। ସେ ବି ପୁଣି ଜନ୍ମ ମାସରେ। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଛନ୍ତି ସେ। ୩୫ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ଖବର ଶୁଣିବା ପରେ କେବଳ କଳାକାର ନୁହେଁ, ବିଭିନ୍ନ ବୟସ ବର୍ଗର ଲୋକେ ପାର୍ଥିବ ଶରୀର ଦେଖିବାକୁ ଏମ୍‌ସରେ ଭିଡ଼ ଲଗାଇଥିଲେ । ପୂରା ଏମ୍‌ସ ପରିସର ସ୍ତମ୍ଭୀଭୂତ ହୋଇଯାଇଥିଲା। କାହା ମୁହଁରେ ଯେମିତି କିଛି କହିବାକୁ ଭାଷା ନଥିଲା । ପରେ ପ୍ରାୟ ସାଢେ ୧୧ଟା ବେଳକୁ ଏମ୍‌ସରୁ କଟକ ବାସଭବନ ଅଭିମୁଖେ ଯାଇଥିଲା ମୃତଦେହ ।

କଟକ ସିଡିଏ ସେକ୍ଟର-୬ସ୍ଥିତ ବାସଭବନରେ ହ୍ୟୁମାନଙ୍କ ମୃତଦେହ ପହଞ୍ଚିବା ପରେ ତାଙ୍କ ସମର୍ଥକ, ଶୁଭେଚ୍ଛୁ ଏବଂ ଓଲିଉଡ୍ ଜଗତର ଜଣାଶୁଣା କଳାକାର, ଗୀତିକାର, ସଙ୍ଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ମାନେ ଶେଷ ଦର୍ଶନ କରିଥିଲେ । ଆଉ ୭ ଦିନ ପରେ ଜନ୍ମଦିନ ପାଳିଥାନ୍ତେ ହ୍ୟୁମାନ ସାଗର। ହେଲେ କିଏ ଜାଣିଥିଲା ମାତ୍ର ୩୫ ବର୍ଷ ବୟସରେ ଦୁନିଆରୁ ଚିର ବିଦାୟ ନେଇଯିବେ ଏହି ୟୁଥ୍ ସେନସେସନ୍। ୧୩ ବର୍ଷ କ୍ୟାରିଅର୍‌ରେ ପୂର୍ଣ୍ଣଚ୍ଛେଦ ଟାଣି ସବୁଦିନ ପାଇଁ ବିଦାୟ ନେଇଛନ୍ତି ସ୍ଵର ସାଗର। ସେ ଥିଲେ ଅକ୍ଷୟଙ୍କ ପରି ଭର୍ସାଟାଇଲ୍‌। ତାଙ୍କୁ କହୁଥିଲେ ଓଡ଼ିଶାର ଅରିଜିତ୍। ତାଙ୍କ ସ୍ଵରର ଦିୱାନା ଥିଲେ ସବୁ ବର୍ଗର ଶ୍ରୋତା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି