ଝାରସୁଗୁଡ଼ା ସବୁଠୁ ଥଣ୍ଡା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବୁଧବାରଠାରୁ ରାଜ୍ୟରେ ଥଣ୍ଡା ପ୍ରକୋପ କମିବ । ରାତି ତାପମାତ୍ରା ୨ରୁ ୩ ଡିଗ୍ରୀ ବଢ଼ିବ ।  ମଙ୍ଗଳବାର ରାତିରୁ ତାପମାତ୍ରା ବଢ଼ିପାରେ । ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି । ଜି.ଉଦୟଗିରି ରାଜ୍ୟର ସବୁଠୁ ଥଣ୍ଡା ଅଞ୍ଚଳ ପାଲଟିଛି । ଶନିବାର ରାତିରେ ପାରଦ ୫.୮ ଡିଗ୍ରୀ ଥିବା ବେଳେ ରବିବାର ୫.୪ ଡିଗ୍ରୀକୁ ଖସିଛି । ସେମିଳିଗୁଡ଼ାରେ ପାରଦ ୬.୧ ଡିଗ୍ରୀ ରହିଥିଲା । ଦାରିଙ୍ଗିବାଡ଼ିରେ ୭ ଡିଗ୍ରୀ ଓ ଫୁଲବାଣୀରେ ରାତି ତାପମାତ୍ରା ୮ ଡିଗ୍ରୀ ରହିଥିଲା । ୬ଟି ସହର ୧୦ ଡିଗ୍ରୀ ବା ଏହାଠାରୁ କମ୍ ରେକର୍ଡ ହୋଇଛି । ୧୪ଟି ସହର ୧୨ ଡିଗ୍ରୀ ତଳେ ରହିଛି । ଝାରସୁଗୁଡ଼ାରେ ପ୍ରବଳ ଶୀତ ଅନୁଭୂତ ହେଉଛି ।

ଏଠାରେ ପାରଦ ୯.୮ ଡିଗ୍ରୀ ରେକର୍ଡ ହୋଇଛି । ରାତି ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୬.୭ ଡିଗ୍ରୀ କମ୍ ରହିଥିଲା । ରାଉରକେଲାରେ ୧୦ ଡିଗ୍ରୀ, ଅନୁଗୁଳରେ ୧୦.୨, ଚିପିଲିମାରେ ୧୦.୨, କୋରାପୁଟରେ ୧୦.୮, କେନ୍ଦୁଝରରେ ୧୧, କିରେଇରେ ୧୧, ଭବାନୀପାଟଣାରେ ୧୧, ନବରଙ୍ଗପୁରରେ ୧୧.୫, ସୁନ୍ଦରଗଡ଼ରେ ୧୧.୮, ଢେଙ୍କାନାଳରେ ୧୨, ବଲାଙ୍ଗିରରେ ୧୨.୫ ଡିଗ୍ରୀ ରେକର୍ଡ ହୋଇଛି । ଭୁବନେଶ୍ୱରରେ ରାତି ତାପମାତ୍ରା ୧୨.୯ ଡିଗ୍ରୀ ୨୫ ବର୍ଷର ରେକର୍ଡ ଭାଙ୍ଗିଛି । ୨୦୦୦ରୁ ଏଠାରେ ପାରଦ କେବେ ବି ଏହି ସର୍ବନିମ୍ନ ସ୍ତରକୁ ଖସିନଥିଲା । ୨୦୦୦ ନଭେମ୍ବର ୧୭ ରେ ରାତି ତାପମାତ୍ରା ୧୫.୧ ଡିଗ୍ରୀ ଥିବା ବେଳେ ୨୦୦୯ ନଭେମ୍ବର ୨୯ରେ ୧୩.୫ ଡିଗ୍ରୀ, ୨୦୧୮ ନଭେମ୍ବର ୨୫ରେ ୧୩.୬ ଡିଗ୍ରୀ ଓ ୨୦୧୭ ନଭେମ୍ବର ୨୬ରେ ୧୩.୭ ଡିଗ୍ରୀ ରେକର୍ଡ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ