Masthead

ଗ୍ରୀନଲାଣ୍ଡରେ ବର୍ଷା

(ବଡ଼ ଖବର ବ୍ୟୁରା): ପ୍ରଥମ ଥର ଗ୍ରୀନଲାଣ୍ଡ ଶିଖରରେ ହେଲା ବର୍ଷା । ଇତିହାସରେ କେବେ ଘଟିନଥିବା ଘଟଣା । ୩ ଦିନରେ ୭୦୦ କୋଟି ଟନ ବୃଷ୍ଟିପାତ । ତେବେ ବିଶ୍ୱରେ ତାପମାତ୍ରା ବୃଦ୍ଧି ଏବେ ଚିନ୍ତାର କାରଣ ପାଲଟିଛି । ତାପମାତ୍ରା ବୃଦ୍ଧି ହେବା କାରଣରୁ ହିମଖଣ୍ଡ ତରଳି ସମୁଦ୍ର ଜଳ ପତନ ବୃଦ୍ଧି ପାଉଛି । ବିଶ୍ୱର ସବୁଠୁ ଥଣ୍ଡା ଦ୍ୱୀପ କୁହାଯାଉଥିବା ଗ୍ରୀନଲାଣ୍ଡରେ ତୁଷାରପାତ ହେବା ଏକ ସାଧାରଣ କଥା। କିନ୍ତୁ ପ୍ରଥମଥର ଗ୍ରୀନଲାଣ୍ଡରେ ବର୍ଷା ହୋଇଛି ।

ଯାହା ପରିବେଶବିତଙ୍କ ଚିନ୍ତା ବଢାଇଛି । ଗ୍ରାନଲାଣ୍ଡ ଶିଖରରେ ତାପମାତ୍ରା ଗତ ୧୦ ବର୍ଷ ମଧ୍ୟରେ ତୃତୀୟ ଥର ପାଇଁ ଫ୍ରିଜିଂ ପଏଣ୍ଟ ଠାରୁ ଅଧିକ ରହିଛି । ତାପମାତ୍ରା ଫ୍ରିଜିଂ ପଏଣ୍ଟ ଅତିକ୍ରମ କରିବାରୁ ତୁଷାରପାତ ବଦଳରେ ବୃଷ୍ଟିପାତ ହୋଇଛି । ବର୍ଷା ହେବା କାରଣରୁ ଗ୍ରୀନଲାଣ୍ଡର ଦକ୍ଷିଣପୂର୍ବ ତଟରେ ଥିବା ବରଫ ଚାଦର ତୀବ୍ର ଗତିରେ ତରଳିବାକୁ ଲାଗିଛି । ସୂଚନା ଅନୁସାରେ, ଗ୍ରୀନଲାଣ୍ଡରେ ୬ ଲକ୍ଷ ୫୬ ହଜାର ବର୍ଗ ମାଇଲ ଅଞ୍ଚଳ ବରଫାବୃତ୍ତ ହୋଇରହିଛି । ବରଫ ସ୍ତର ଋତୁଚକ୍ର ଅନୁଯାୟୀ, ବୃଦ୍ଧି ହେବା ଏବଂ ହ୍ରାସ ପାଇବା ପ୍ରକ୍ରିୟା ଜାରି ରହିଥାଏ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ